ଭୁବନେଶ୍ଵର: ପାଟଣାଗଡ଼ ଚାଷୀଙ୍କ ଆମ୍ବର ସ୍ୱାଦ ଚାଖିବେ ବିଦେଶୀ ଲୋକ। ପ୍ରଥମ ଥର ପାଇଁ ପାଟଣାଗଡ଼ ଅଂଚଳର କିଛି ଚାଷୀଙ୍କ ଫଳ ଏବେ ଆବୁଧାବି ଏବଂ ଲଣ୍ଡନ ଯାଉଛି। ଏଥିପାଇଁ ପୁରା ପ୍ରକିୟା ସରିଯାଇ ଥିବାବେଳେ ପାଟଣାଗଡ଼ ଉପ ଜିଲ୍ଲାପାଳ ସୁନୀଲ ମେହେର ବଲାଙ୍ଗୀର ଜ଼ିଲ୍ଲା ଉଦ୍ୟାନ ଉପ କୃଷି ନିର୍ଦ୍ଦେଶକ ସୁଦେଶ ଚୁଧୁରୀ, ନାବାଡ଼ ଜେନେରାଲ ମ୍ୟାନେଜର, ଉଦ୍ୟାନ କୃଷିଅଧିକାରୀ ପାଟଣାଗଡ଼ ପ୍ରମୋଦ ସେଠି, ପାଟଣାଗଡ଼ NAC କାର୍ଯ୍ୟନିର୍ବାହୀ ଅଧିକାରୀ ଏହାକୁ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପାଟଣାଗଡ ପ୍ରଗତି କୃଷକ ଉତ୍ପାଦକ କମ୍ପାନୀର ସଦସ୍ୟ ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ଆମ୍ବ ଗୁଡିକୁ ସ୍ଥାନିୟ ଉଦ୍ୟାନ ବିଭାଗ ପାଟଣାଗଡ଼ ନାବାର୍ଡ ବଲାଙ୍ଗୀର ମାଁ ଶକ୍ତି ଫାଉଣ୍ଡେସନ ବଲାଙ୍ଗୀର ସହଯୋଗ ଓ ପ୍ରଚେଷ୍ଟା ତଥା ଓଡିଶା ସରକାରଙ୍କର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାଳାଡିୟମ ସଂସ୍ଥା କଲିକତା ମାଧ୍ୟମରେ ଆବୁଧାବି ଏବଂ ଲଣ୍ଡନକୁ ରପ୍ତାନି କରା ଯାଇଅଛି। ଏହି ଆମ୍ବ ପାଟଣାଗଡ଼ ଠୁ ଦୁଇଟି ପିକଅପ ଭ୍ୟାନ ଯୋଗେ ଭୁବନେଶ୍ୱର ଓ କଲିକତା ଯାଇ ସେଠାରୁ ଉଡ଼ାଜାହାଜ ଦ୍ୱାରା ଲଣ୍ଡନକୁ ପଠାଯିବ। ପ୍ରଥମେ ଆବୁଧାବିକୁ ୧.୨ ଟନ ଆମ୍ବ ଏବଂ ଲଣ୍ଡନ କୁ ୨.୬ ଆମ୍ବ ଯିବା ବ୍ୟବସ୍ଥା ଥିବାବେଳେ ପ୍ରତ୍ୟେକ ଦିନ ୨.୬ ଟନ ଲଣ୍ଡନ ଯିବା ବ୍ୟବସ୍ଥା ହୋଇଛି। ସ୍ଥାନୀୟ ଅଂଚଳର ଆମ୍ବ ବାହାରକୁ ରପ୍ତାନି ହେଉଥିବାରୁ ସ୍ଥାନୀୟ ଚାଷୀ ଖୁସି ଅନୁଭବ କରିଛନ୍ତି। ଭଲ ଦୁଇ ପଇସା ଲାଭବାନ ହେବେ ବୋଲି ଆଶାବାଦୀ ଅଛନ୍ତି। ସୂଚନା ଯୋଗ୍ୟ ଯେ, ଗତ ୩ ତାରିଖ ଦିନ କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଅମ୍ରିତ୍ୟ ଲୋଗୋ ଉଦଘାଟନ ପରେ ପ୍ରଗତି ଉତ୍ପାଦକ କମ୍ପାନୀ ଦ୍ୱାରା ସମ୍ବଲପୁରରେ ଏକ ଆମ୍ବ ତୋଳିବା ଓ ପ୍ୟାକିଙ୍ଗ ପାଇଁ ମାଳାଡିୟମ ଓ ଏକ୍ସପୋର୍ଟ ତରଫରୁ ଏକ ପ୍ରଶିକ୍ଷଣ ଦିଆଯାଇଥଲା ଓ ପରେ ଚାଷୀମାନେ ନିଜେକ୍ୟାରେଡରେ ପ୍ୟାକିଙ୍ଗ କରି ଥିଲେ।
Comments are closed, but trackbacks and pingbacks are open.