ମାନସ ସ୍ୱାଇଁ ଙ୍କ ହତ୍ୟା ମାମଲା: ମିଳିଲାମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାର୍

20

ବହୁ ଚର୍ଚ୍ଚିତ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ପୋଲିସ କୁ ମିଳିଛି ଆଉ ଏକ ସଫଳତା I ପ୍ରତିଦିନ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି I ଏହାରି ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଓ ତା ସହଯୋଗୀ ର ପତ୍ତା ମିଳୁ ନ ଥିବାବେଳେ ଅପହରଣ ରେ ବ୍ୟବହାର ହୋଇଥିବା କାର ର ସନ୍ଧାନ ମିଳିଛି I ମାନସ ଅପହରଣ ଓ ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ସଂପୂର୍ଣ୍I ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ କାରକୁ ଜବତ କରିଛି ପୋଲିସ । ଏୟାର ଫିଲଡ ଥାନା ସ୍କାଏ ଟାୱାରର ଆପାର୍ଟମେଣ୍ଟ ଗ୍ୟାରେଜରୁ କାରଟି ଠାବ ହୋଇଛି ।
ମାନସଙ୍କୁ ଅପହରଣ ପଛରେ ଏହି ଗାଡ଼ି ବ୍ୟବହାର କରିଥିବା ଅନୁମାନ କରାଯାଉଛି । ଗାଡ଼ି ଯାଞ୍ଚ ପାଇଁ ଭୁବନେଶ୍ୱର ଆସୁଛନ୍ତି ଚାନ୍ଦବାଲି ପୋଲିସର ସ୍ୱତନ୍ତ୍ର ଟିମ୍ ।
ସୂଚନା ଅନୁସାରେ, ୱେବ ପୋର୍ଟାଲ ମାଲିକାଣୀ ଜଣକ ମାନସଙ୍କୁ ଅଶ୍ଳିଳ ଫିଲ୍ମର ଶୁଟିଂ ପାଇଁ ଲଗାଇଥିବା ଜଣାପଡ଼ିଛି । କ୍ୟାମେରାମ୍ୟାନ୍ ମାନସଙ୍କ ପାଖରେ କିଛି ଭିଡିଓ କ୍ଲିପ୍ ରହିଯାଇଥିଲା । କ୍ଲିପକୁ ଫେରାଇବା ପାଇଁ ବାରମ୍ବାର ତାଗିଦ କରୁଥିଲେ ୱେବ ପୋର୍ଟାଲ ମାଲିକାଣୀ । ସୂଚନା ଅନୁସାରେ କୁଆଡ଼େ ମାନସ ସ୍ୱାଇଁ ଏହି କାମ ଛାଡ଼ି ଘରକୁ ପଳାଇ ଆସିଥିଲେ । ଏହାପରେ ଚାରି ପାଂଚ ଜଣ ଲୋକଙ୍କୁ ନେଇ ମାଲିକାଣୀ ତାଙ୍କୁ ଖୋଜାଖୋଜି କରିଥିଲେ । ଫେବ୍ରୁଆରୀ ୭ ତାରିଖରେ ଏକ ବିବାହ ଉତ୍ସବରେ ଫଟୋ ଉଠାଇବା ପାଇଁ ଭୁବନେଶ୍ୱରରୁ ଚାନ୍ଦବାଲି ଯାଇଥିଲେ । ହେଲେ ଚାନ୍ଦବାଲି ନାଲଗୁଣ୍ଡାର ପଳାଶପୁର ଛକରୁ ତାଙ୍କୁ ଅପହରଣ କରି ନିଆଯାଇଥିଲା । ଭୁବନେଶ୍ୱରରେ ହତ୍ୟା କରି ରଣପୁର ଥାନା ବଧିପାଟଣା ନିକଟ ପାହାଡ ପାଖରେ ମାଟିତଳେ ପୋତି ଦେଇଥିଲେ ଅଭିଯୁକ୍ତ । ମାନସଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ଘଟଣାର ଛାନଭିନ କରିଥିଲା ଚାନ୍ଦବାଲି ପୋଲିସ I ଆଳୁ ଖୋଳୁ ଖୋଳୁ ମହାଦେବ ପରି ଏହି ଜଘନ୍ୟ କାଣ୍ଡ ର ଗୋଟିଏ ପରେ ଗୋଟିଏ ଘଟଣାର ପରଦାଫାସ ହେବାରେ ଲାଗିଛି I ଏହି ଘଟଣାରେ ରାଜ୍ୟ ସରକାର ଙ୍କ ଅଧୀନରେ କାର୍ଯ୍ୟ କରି ନିକଟରେ ଅବସର ନେଇଥିବା ଜଣେ ଓଆଇଏସ ଅଫିସରଙ୍କ ସହିତ ଶର୍ମିଷ୍ଠାଙ୍କୁ ଭାଇ ଓ ଅନ୍ୟ ୪ ଜଣ ଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ I ମୁଖ୍ୟ ଅଭିଯୁକ୍ତ ର ଏଯାଏଁ ପତ୍ତା ମିଳୁ ନ ଥିବାବେଳେ ଏଥିରେ ବହୁ ବଡ଼ ବଡିଆଂକ ସମ୍ପୃକ୍ତି ନେଇ ଚର୍ଚ୍ଚା ଚାଲିଛି I

Comments are closed, but trackbacks and pingbacks are open.