ମାନସ ସ୍ୱାଇଁ ହତ୍ୟା ମାମଲା: ଆଉ ୩ ଦିନ ରିମାଣ୍ଡ ଅବଧି ପାଇଁ କୋର୍ଟଙ୍କ ଅନୁମତି

32

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବଢ଼ିଲା ରିମାଣ୍ଡ ଅବଧି । ଏହି ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ରବିବାର ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ । ଆଜି ଅଭିଯୁକ୍ତଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରଥିଲା କ୍ରାଇମବ୍ରାଞ୍ଚ । ଏହା ପୂର୍ବରୁ ଆଜି କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଅଭିଯୁକ୍ତମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ ୪ ଅଭିଯୁକ୍ତଙ୍କୁ ଚାନ୍ଦବାଲି ନେଇଥିଲା କ୍ରାଇମବ୍ରାଞ୍ଚ । ଘଟଣାର ଅଧିକ ଖୁଲାସା ପାଇଁ ଅଭିଯୁକ୍ତଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ହେଲେ କୋର୍ଟ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । କୋର୍ଟ ଶର୍ମିଷ୍ଠା ଏବଂ ଝୁନାଙ୍କୁ ୩ ଦିନ ରିମାଣ୍ଡ ନେବାକୁ ଅନୁମତି ଦେଇଥିବାବେଳେ ନରଞ୍ଜନ ସେଠୀ ଏବଂ ରଞ୍ଜନଙ୍କୁ ଜେଲ ପଠାଇଛନ୍ତି ।
ସୂଚନାଯୋଗ୍ୟ, ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ସରୁଛି ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି । ତେବେ ପ୍ରଥମେ ମିଳିଥିବା ୫ ଦିନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚଙ୍କୁ ସଫଳତା ମିଳିଥିବା ବେଳେ ଅନେକ ତଥ୍ୟ ମିଳିଛି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ସତ ମଧ୍ୟ ମାନିଛି । ରବିବାର ୪ ଅଭିଯୁକ୍ତଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ୩ ଦିନ ର ରିମାଣ୍ଡ ଅବଧି ବୃଦ୍ଧି କରିଛନ୍ତି କୋର୍ଟ I। ୪ ଅଭିଯୁକ୍ତ ଶର୍ମିଷ୍ଠା, ନିରଞ୍ଜନ, ଝୁନା ଓ ରଞ୍ଜନଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ।

Comments are closed, but trackbacks and pingbacks are open.