ଆଉ ମତ ବଦଳାଇ ପାରିବେନି ମମିତାଙ୍କ ବାପା; ୧୬୪ ରେକର୍ଡ ବୟାନ ହେଲା

19

ବହୁ ଚର୍ଚ୍ଚିତ ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହର ମୃତ୍ୟ ପରେ ବାରମ୍ବାର ବୟାନ ବଦଳାଉଥିବା ତାଙ୍କ ବାପା ସୁଚଦ୍ରଙ୍କ ମେହେର ଙ୍କର ୧୬୪ ଧାରାରେ ରେକର୍ଡ ବୟାନ କରାଯାଇଛି। ଗତ ୨୪ ତାରିଖରେ କଣ୍ଟାବାଞ୍ଝି କୋର୍ଟରେ ସୁଚଦ୍ରଙ୍କ ରେକର୍ଡ ହୋଇଛି। ମାଜିଷ୍ଟ୍ରେଟଙ୍କ ଚାମ୍ବରରେ ପୁଲିସ୍‌ ଅନୁପସ୍ଥିତିରେ ଏହି ବୟାନ ରେକର୍ଡ କରାଯାଇଥିବା ଜଣାଯାଇଛି। ବାରମ୍ବାର କଥା ବଦଳାଉଥିବା ସୁଚନ୍ଦ୍ରଙ୍କ ବିରୋଧରରେ ଏହା ଯାଇପାରେ ବୋଲି କହିଛନ୍ତି ପ୍ରତିପକ୍ଷ ଓକିଲ।
ସୂଚନାଯୋଗ୍ୟ, ମମିତା ମେହେର ହତ୍ୟା ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସମ୍ପୃକ୍ତି ନେଇ ପ୍ରଥମେ ସୁଚଦ୍ର ହିଁ ଅଭିଯୋଗ କରିଥିଲେ। ଏପରିକି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଂକର ମିଶ୍ର ସନ୍‌ସାଇନ୍‌ ହଷ୍ଟେଲକୁ ଯାଉଥିବା ବେଳେ ସେଠାରେ ତାଙ୍କର ବହୁ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ଥିବା ନେଇ କଥା ପ୍ରଘଟ କରିଥିଲେ। ଏହାପରେ ସମଗ୍ର ରାଜ୍ୟରେ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା।
ହେଲେ ଏହାପରେ ହଠାତ୍‌ ନିଜ ମତ ପରିବର୍ତ୍ତନ କରି କହିଥିଲେ କି ଆଉ ଏ ଭଳି ଖବର କୁ ପ୍ରସାରଣ କରନ୍ତୁ ନାହିଁ ଏହା ଦ୍ୱାର ତାଙ୍କ ପରିବାର ର ସମ୍ମାନ ହାନି ହେବ ସହିତ ସାମାଜିକ ସ୍ତରରେ ନିନ୍ଦିତ ହେଉଛନ୍ତି I ଏପରିକି ସେ କହିଥିଲେ କି ସରକାରଙ୍କ ତଦନ୍ତରେ ସେ ସନ୍ତୁଷ୍ଟ ଅଛନ୍ତି ।
ସୁଚନ୍ଦ୍ର ବାରମ୍ବାର ବୟାନ ବଦଳାଉଥିବା ବେଳେ ତାଙ୍କ ୧୬୪ ବୟାନ ରେକର୍ଡ କରାଯାଇଛି। ଏଯାବତ ଏହି ମାମଲାରେ ସମୁଦାୟ ୧୨ ଜଣଙ୍କ ନାଁ ରେକର୍ଡ ସରିଛି । ସେମାନଙ୍କ ମଧ୍ୟରେ ୨ ଛାତ୍ରୀ, ସୁଚନ୍ଦ୍ର, ବିବେକ ଅଗ୍ରୱାଲ, ପୁଷ୍କର ଭୋଇ, ମୁନସୀ, ୨ ବଙ୍ଗାଳି ମିସ୍ତ୍ରୀ ଓ କିଛି ଲେବର ଅଛନ୍ତି।ତେବେ ସୁଚନ୍ଦ୍ର ନିଜ ୧୬୪ ବୟାନରେ କ’ଣ କହିଛନ୍ତି, କେଉଁ ଗୁମର ଖୋଲିଛନ୍ତି, ସେ ନେଇ କିଛି ଜଣାପଡ଼ିନି।

Leave A Reply

Your email address will not be published.