ଅଖିଲେଶଙ୍କ ସହ ମେଣ୍ଟ କରିବେ ମମତା !

25

୧୮ ବର୍ଷ ପରେ କୋଲକତା ଫେରିଲା ସପା ! କୋଲକତାରେ ବସିବ ଦଳୀୟ ବୈଠକ । ୨୪ ପାଇଁ ବେଙ୍ଗାଲୁରୁରେ ତିଆରି ହେବ ରଣନୀତି! ସପା ସହିତ ମମତା କରିବେ ମେଣ୍ଟ ! ଫୋକସରେ ନବୀନ । ବଢିଲା ବିଜେପିର ଚିନ୍ତା । ସରଗରମ ହେଉଛି ରାଜନୀତି । ୨୪ ନିର୍ବାଚନ ଯେତେ ପାଖଉଛି ସେତେ ବଢୁଛି ଚିନ୍ତା । ଦଳୀୟ ସଂଗଠନକୁ ମଜବୁତ କରିବାକୁ ଅଖିଲେଶ କରୁଛନ୍ତି ମାଷ୍ଟର ପ୍ଲାନ । ତେବେ ଏନେଇ ୧୮ ବର୍ଷ ପରେ କୋଲକତା ଆସିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ । ବିହାରରେ ଭାଜପାର ଦୃଢ ବିରୋଧୀ ହେଉଛି ସପା ନେଇ ଆଲୋଚନା ଜୋରଧରିଛି ।

ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଉଛି ଅଖିଲେଶଙ୍କ ବେଙ୍ଗଲ ଗସ୍ତ । ୨୪ ପାଇଁ ଅଖିଲେଶ ବେଙ୍ଗଲୁରୁରୁ ଖେଳିବେ ମାଷ୍ଟରକାର୍ଡ । ବରୁଣ ସପାରେ ମିଶିବା ଚର୍ଚ୍ଚା ଜୋର ଧରିଥିବା ବେଳେ ମମତା ଅଖିଲେଶଙ୍କ ଭେଟଘାଟକୁ ନେଇ ବିଜେପି ଚିନ୍ତାରେ । ଅଖିଲେଶ କେନ୍ଦ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରୁଥିବା ବେଳେ ଦଳ ପାଇଁ ବଳ ଦେବେକି ମମତା । କୋଲକତା କାଳିଘାଟରେ ମମତାଙ୍କ ସହ ବୈଠକ କରିଛନ୍ତି ଅଖିଲେଶ । କର୍ମୀଙ୍କୁ ଭେଟି ଏଜଣ୍ଡା ତିଆରି କରିବେ ଅଖିଲେଶ । ତେବେ ଏହାରି ଭିତରେ ଦଳ କିପରି ଆଗକୁ ଭଲ ପ୍ରଦର୍ଶନ କରିବ ଏବଂ ଆଗାମୀ ଦିନରେ କିପରି ଭାଜପା ମୁକ୍ତ ହେବ ଦେଶ ତାହାକୁ ନେଇ ସପା ତିଆରି କରୁଛି ନୂଆ ରଣନୀତି । କଂଗ୍ରେସକୁ ବାଦ ଦେଇ ନୂଆ ମେଣ୍ଟ ଗଠନ କରିବାକୁ ମମତା ଓ ଅଖିଲେଶ ରାଜି ହୋଇଛନ୍ତି । ଏବେ ସେମାନଙ୍କ ଫୋକସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି ।

ନବୀନ ମଧ୍ୟ ସବୁବେଳେ ବିଜେପି-କଂଗ୍ରେସ ଠାରୁ ସମଦୂରତା ସପକ୍ଷରେ ମତ ରଖିଥିଲେ । ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ ମମତା କମାଣ ସମ୍ଭାଳିଛନ୍ତି । ଏନେଇ ଆସନ୍ତା ସପ୍ତାହରେ ନିଜେ ମମତା ଓଡ଼ିଶା ଆସିବେ । ଏହି ସମୟରେ ସେ ନବୀନଙ୍କୁ ଭେଟି ନୂଆ ମେଣ୍ଟ ସପକ୍ଷରେ ଆଲୋଚନା କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଆଗାମୀ ଦିନରେ କିଏ କାହା ସହିତ ମେଣ୍ଟ କରିବ ଓ କିଏ ୨୪ରେ କରିବ ବାଜିମାତ? ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.