ମମତା ହେବେ ପ୍ରଧାନମନ୍ତ୍ରୀ !

19

ମୋଦୀଙ୍କୁ ଟକ୍କର ଦେବେ ମମତା ! ପ୍ରଧାନମନ୍ତ୍ରୀ ଚେହେରା ରାହୁଲ ନହେଁ ମମତା ! ମମତା ଅଖିଲେଶଙ୍କ ସହ ମେଣ୍ଟ କରିବେ କେଜ୍ରିୱାଲ ! ଦିଲ୍ଲୀ ଗସ୍ତ କରିବେ ମମତା ! ସରଗରମ ହେଉଛି ରାଜନୀତି । ବଦଳୁଛି ରାଜନୈତିକ ସମ୍ମୀକରଣ । ୨୪ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତି କରୁଛନ୍ତି ବିରୋଧୀ ଦଳ । ଦେଶକୁ ଭାଜପା ମୁକ୍ତ କରିବାକୁ ବିରୋଧୀଙ୍କ ଭିତରେ ଚାଲିଛି ଷଡଯନ୍ତ୍ର । ବିରୋଧୀ ପ୍ରଧାନମନ୍ତ୍ରୀ ଚେହେରା ରାହୁଲ ନୁହଁନ୍ତି ହୋଇପାରନ୍ତି ମମତା । ମୋଦୀଙ୍କୁ କଡା ଟକ୍କ ଦେବା ପାଇଁ ମମତା ହେଲେଣି ସଜବାଜ ।

କେନ୍ଦ୍ର ସରକାରଙ୍କୁ ଇଡି ସିବିଆଇ ପ୍ରସଙ୍ଗ ନେଇ ବିରୋଧୀ ଘେରିବେ ବୋଲି ଚର୍ଚ୍ଚା ଜୋରଧରିଛି । ଦୁର୍ନିୀତ ବିରୋଧ ବାରମ୍ବାର ଆକ୍ସନ ମୋଡକୁ ଆସୁଥିବା କେଜ୍ରିୱାଲ ଏବେ ଅଡୁଆରେ । ଆପର ତୁଙ୍ଗ ନେତା ଦୁର୍ନିତୀ ସାମିଲ ଥିବାର ଦେଖିବାକୁ ମିଳିଛି । ତେବେ ଏନେଇ ଆଗକୁ କେଜ୍ରିୱାଲଙ୍କ ପାଇଁ ଅଡୁଆ ବଡିପାରେ ବୋଲି ଆକଳନ କରାଯାଉଛି । ଆଗାମୀ ଦିନରେ ମମତା ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ କେଜ୍ରିୱାଲଙ୍କୁ ଭେଟିପାରନ୍ତି ବୋଲି ଚର୍ଚ୍ଚା ଜୋରଧରିଛି ।

ତେବେ ଅଖିଲେଶ ମମତାଙ୍କ ଭେଟଘାଟକୁ ନେଇ ଭାଜପା ଚିନ୍ତାରେ ଥିବାବେଳେ ୨୪ ଲୋକସଭା ପାଇଁ କଣ ରହିବ ରଣନୀତି ତାହାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ତେବେ ଆଗାମୀ ଦିନରେ କେତେ କାମ ଦେଉଛି କାହା ରଣନୀତି ଓ ଭାଜପା ମୁକ୍ତ ସ୍ୱପ୍ନ ବିରୋଧୀଙ୍କର ସତ ହେଉଛି କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.