ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ଗିରଫ

35

ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ଉଠାଇନେଇଛି କମିଶନରେଟ୍‌ ପୋଲିସ। ଗତକାଲି ରାତିରେ ସମ୍ବଲପୁର ବଂଶୀଧର ନଗରସ୍ଥିତ ଘରୁ ସୌମ୍ୟଙ୍କୁ ଉଠାଇ ଆଣିଥିଲା ପୋଲିସ । ଗିରଫ ପରେ ସୌମ୍ୟଜିତ୍‌ଙ୍କୁ ଭୁବନେଶ୍ୱର ଆଣୁଛି କମିଶନରେଟ୍‌ ପୋଲିସ । ଗତବର୍ଷ ଶୈଳଶ୍ରୀ ବିହାର ସ୍ଥିତ ଘରୁ ଶ୍ୱେତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଗିରଫଦାରୀରୁ ବର୍ତ୍ତିବା ପାଇଁ ସୌମ୍ୟଜିତ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ମାତ୍ର ତାହା ଖାରଜ ହୋଇଯିବାରୁ ଆଜି ତାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍‌।

ଶ୍ୱେତାଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକ ସୌମ୍ୟଜିତିଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ । ଶାରୀରିକ, ଆର୍ଥିକ, ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଥିଲେ ମୃତ ଶ୍ୱେତାଙ୍କ ପରିବାର । ଗିରଫ ହେବା ଭୟରେ ସୌମ୍ୟଜିତ୍ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ ହେଲ ତାହା ଖାରଜ ହୋଇଯାଇଥିଲା ଏବଂ ଆଜି ତାଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, ୨୦୨୨ ଅଗଷ୍ଟ ୧୯ ତାରିଖର ବିଳମ୍ବିତ ରାତିରେ ଶ୍ୱେତା ଆତ୍ମହତ୍ୟା କରିଥିଲେ। ଶ୍ୱେତାଙ୍କ କଲ୍‌ ଡିଟେଲ୍ସ ବାହାରିବା ପରେ ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସେ ସୌମ୍ୟଙ୍କୁ ୧୫ ଥର କଲ୍ କରିଥିବା ବେଳେ ସୌମ୍ୟଜିତ୍ କିନ୍ତୁ ତାଙ୍କ ଫୋନ ଉଠାଇ ନ ଥିବା ଜଣାପଡ଼ିଥିଲା। ଉଭୟଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ସୌମ୍ୟଜିତ ଶ୍ୱେତାଙ୍କୁ ଗାଳିଗୁଲଜ କରୁଥିବା ଶୁଣିବାକୁ ମିଳିଥିଲା। ଏହାପରେ ଶ୍ୱେତାଙ୍କ ହ୍ୱାଟ୍ସ ଆପ୍‌ ଚାଟ୍‌ ଭାଇରାଲ ହେବା ସହ ବ୍ୟାଙ୍କ ଷ୍ଟେଟମେଣ୍ଟ ସାମନାକୁ ଆସିଥିଲା। ମୃତ୍ୟ ପୂର୍ବରୁ ଶ୍ୱେତା କରିଥିଲେ ୨ଲକ୍ଷ ୩୦ ହଜାର ଟଙ୍କାର ଲୋନ୍ । ହେଲେ ଲୋନ ବାବଦରେ ଜାଣି ନଥିଲେ ଶ୍ୱେତାଙ୍କ ପରିବାର ଲୋକେ । ତେବେ ଏତେ ଟଙ୍କା ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଦେଇଥିବା ସେମାନେ ପୁଲିସ୍‌ ସମ୍ମୁଖରେ ଅଭିଯୋଗ କରିଥିଲେ ।

Comments are closed, but trackbacks and pingbacks are open.