ଚର୍ମର ଯତ୍ନ ପାଇଁ ଘରେ ବନାନ୍ତୁ ପ୍ରାକୃତିକ ଆଲୋଭେରା ଜେଲ୍, ଏମିତି କରନ୍ତୁ ପ୍ରସ୍ତୁତ

16

ଆମେ ସମସ୍ତେ ଆଲୋଭେରା (ଘି କୁଆଁରୀ) ବିଭିନ୍ନ ଉପାୟରେ ବ୍ୟବହାର କରିଥାଉ । ଔଷଧୀୟ ଗୁଣରେ ଭରପୁର ଆଲୋଭେରା ଜେଲ ମହିଳାମାନଙ୍କର ଚର୍ମର ଯତ୍ନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆଲୋ ଭେରା ସେହି ସାଧାରଣ ଉଦ୍ଭିଦ ମଧ୍ୟରୁ ଗୋଟିଏ, ଯାହା ପ୍ରାୟ ସମସ୍ତଙ୍କ ଘରେ ଅତି ସହଜରେ ମିଳିଥାଏ । ଏହା ସତ୍ତେ୍ୱ ଅଧିକାଂଶ ଲୋକ ଆଲୋଭେରା ଜେଲ୍ ପାଇଁ ବଜାରରେ ଉପଲବ୍ଧ ଉତ୍ପାଦ ଉପରେ ନିର୍ଭର କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଘି କୁଆଁରୀ ଗଉ ସାହାଯ୍ୟରେ ତାଜା ଏବଂ ପ୍ରାକୃତିକ ଆଲୋଭେରା ଜେଲ୍ ମଧ୍ୟ ଘରେ ସହଜରେ ପ୍ରସ୍ତୁତ ହୋଇପାରିବ ।

ବାସ୍ତବରେ ବଜାରରେ ମିଳୁଥିବା ଆଲୋଭେରା ଜେଲ୍ ସଂପୂର୍ଣ୍ଣ ପ୍ରାକୃତିକ ନୁହେଁ, ସେଥିରେ ରାସାୟନିକ ପଦାର୍ଥ ଏବଂ ରଙ୍ଗ ମଧ୍ୟ ବ୍ୟବହୃତ ହୁଏ । ଏପରି ପରିସ୍ଥିତିରେ, ଯଦି ଆପଣ ଚାହାଁନ୍ତି, ଆପଣ ଆଲୋଭେରା ପ୍ଲାଣ୍ଟ ସାହାଯ୍ୟରେ ଘରେ ରାସାୟନିକ ମୁକ୍ତ ପ୍ରାକୃତିକ ଆଲୋଭେରା ଜେଲ୍ ତିଆରି କରିପାରିବେ । ତେବେ ଆସନ୍ତୁ ଜାଣିବା ହୋମମେଡ୍ ଆଲୋଭେରା ଜେଲ୍ କିପରି ତିଆରି କରାଯାଏ ।

ଆଲୋ ଭେରା ଜେଲ୍ ତିଆରି କରିବା ପାଇଁ ପ୍ରଥମେ ଆଲୋଭେରା ଗଛରୁ ବଡ଼ ପତ୍ରକୁ କାଟିନିଅନ୍ତୁ । ବର୍ତ୍ତମାନ ଏହାକୁ ଭଲ ଭାବରେ ଧୋଇ ଏକ କପରେ ସିଧା କରି ରଖନ୍ତୁ । ଏମିତି ରଖିବା ଦ୍ୱାରା ଏଥିରେ ଥିବା ହଳଦିଆ ରଙ୍ଗର ଲାଟେକ୍ସ ବାହାରି ଆସେ । ଫଳରେ ଲାଟେକ୍ସ ଯୋଗୁଁ ଚର୍ମରେ ହେଉଥିବା କୁଣ୍ଡିଆ ଅନୁଭବ ହୁଏ ନାହିଁ । ତେଣୁ ଆଲୋଭେରାରୁ ଲାଟେକ୍ସକୁ ବାହାର କରି ଜେଲ୍ ପ୍ରସ୍ତୁତ କରିବା ଭଲ ।

ବର୍ତ୍ତମାନ ଆଲୋଭେରାର ଉପର ଚୋପା ଛଡ଼ାନ୍ତୁ ଏବଂ ଭିତର ଅଂଶକୁ ଅଲଗା କରନ୍ତୁ ଏକ ଛୋଟ ଚାମଚ ସାହାଯ୍ୟରେ ଏହାର ଜେଲଭଳି ମାଂସଳ ପଦାର୍ଥକୁ କାଢ଼ି ଏହାକୁ ୮-୧୦ ମିନିଟ୍ ପର୍ଯ୍ୟନ୍ତ ଭଲଭାବରେ ମିଶ୍ରଣ କରନ୍ତୁ ଯେପରି ଏଥିରୁ ତରଳ ଏବଂ ଫେଣ ବାହାରିବା ଆରମ୍ଭ ହୋଇଯିବ । ଏବେ ପ୍ରସ୍ତୁତ ହୋଇଗଲା ଆଲୋଭେରା ଜେଲ୍ ।

ଏହାକୁ ୧ ସପ୍ତାହ ପାଇଁ ଗଚ୍ଛିତ କରିପାରିବେ । ଅବଶ୍ୟ ଆଲୋଭେରା ଜେଲକୁ ୧ ସପ୍ତାହରୁ ଅଧିକ ସମୟ ସଂରକ୍ଷଣ କରିବା ପାଇଁ, ଏଥିରେ ପ୍ରିଜରଭେଟିଭ ମିଶାଇବାକୁ ହୋଇଥାଏ । ପ୍ରିଜରଭେଟିଭ ଭାବରେ ଆପଣ ଭିଟାମିନ ସି କିମ୍ବା ଭିଟାମିନ ଇକୁ ପାଉଡର କିମ୍ବା ଲିକ୍ୱିଡ ଫର୍ମରେ ଆଲୋଭେରା ଜେଲ ସହ ମିଶାଇପାରିବେ । ଏହି ଭିଟାମିନରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଉପାଦାନଗୁଡିକ ଆଲୋଭେରାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନଷ୍ଟ ହେବାରୁ ରକ୍ଷା କରିବାରେ ସାହାଯ୍ୟ କରିବ ।

ଆଲୋ ଭେରା ଜେଲକୁ ଏକ ଏୟାର ଟାଇଟ୍ ପାତ୍ରରେ ରଖନ୍ତୁ । ଫ୍ରିଜରେ ଆପଣ ଏହାକୁ ଏକ ସପ୍ତାହ ପର୍ଯ୍ୟନ୍ତ ବିନା ପ୍ରିଜରଭେଟିଭ ସାହାଯ୍ୟରେ ମଧ୍ୟ ରଖିପାରିବେ । ଫ୍ରିଜରେ ରଖିବା ଦ୍ୱାରା ଏହାକୁ ୧-୨ ମାସ ବ୍ୟବହାର କରାଯାଇପାରିବ ।

Comments are closed, but trackbacks and pingbacks are open.