ନଭେମ୍ବର ୩୦ରୁ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’

30

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ୟ୍ୟନ୍ତ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ ହେବ । ଏହାର ଟେକ୍ନିକାଲ ସପୋର୍ଟ ଦାୟିତ୍ୱ ୧୬ ପ୍ରଶାସକଙ୍କୁ ଦିଆଯାଇଛି । ଏଥିରେ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଡାକ୍ତର ବୃନ୍ଦା ଡି, ଜନସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଅଜିତ ମହାନ୍ତି, ଏନ୍‌ଏଚ୍‌ଏମ୍‌ ଅତିରିକ୍ତ ନିର୍ଦ୍ଦେଶକ ଅରୁଣ ବିଶ୍ୱାଳ, ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ସୁବୋଧ ନାୟକ, ଏନ୍‌ଏଚ୍‌ଏମ୍‌ ଅତିରିକ୍ତ ପରିଚାଳନା ନିର୍ଦ୍ଦେଶକ ମୃଣାଳକାନ୍ତୀ ଦାସ, ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଯସ୍ମିନୀ ପଟ୍ଟନାୟକ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ସୁରେନ୍ଦ୍ର କୁମାର ପଣ୍ଡା, ଅମରେନ୍ଦ୍ର କୁମାର ମହାନ୍ତି, ସୁମିତ୍ରା ସେନାପତି, ବିଶ୍ୱଜିତ୍‌ ରାୟ, ରିତେଶ କୁମାର ଶିଶୁ, ସୁଭାନନ୍ଦ ମହାପାତ୍ର, ସନ୍ତୋଷ କୁମାର ନାୟକ, ପିକେ ପାଢ଼ୀ ଓ ସସ୍ମିତା ସାହୁ ପ୍ରମୁଖ ଅଛନ୍ତି।

Comments are closed, but trackbacks and pingbacks are open.