ମନିପ୍ଲାଣ୍ଟରେ କ୍ଷୀର ଦ୍ୱାରା କରନ୍ତୁ ଏହି ତୁଟୁକା,ବଦଳିଯିବ ଆର୍ଥିକ ପରିସ୍ଥିତି

21

ଘରେ ମନି ପ୍ଲାଣ୍ଟ ରହିବା ଏକ ସାଧାରଣ କଥା, ପ୍ରତ୍ୟକଙ୍କର ଧାରଣା ରହିଛି ମନିପ୍ଲାଣ୍ଟ ଗହାରେ ରହିଲେ ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ I କିନ୍ତୁ ଯଦି ଘରେ ହରା ଭରା ସତେଜ ମନିପ୍ଲାଣ୍ଟ ରହିବା ପରେ ମଧ୍ୟ ଆର୍ଥିକ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହେଉ ନ ଥାଏ ତେବେ ,ଏହା ପଛରେ କିଛି କାରଣ ଥାଇପାରେ Iଏଥିପାଇଁ ମନିପ୍ଲାଣ୍ଟ ସହିତ ଜଡିତ କିଛି ଅତୁଟ ଉପାୟ କରିବା ଦରକାର I ଯାହାଦ୍ୱାରା କି ଘରର ଆର୍ଥିକ ସ୍ଥିତି ସୁଦୃଢ ହେବ ,ଏବଂ ନୂତନ ରୋଜଗାର ର ବାଟ ଫିଟିବ Iଏଥିପାଇଁ ମନି ପ୍ଲାଣ୍ଟ ସମ୍ବନ୍ଧରେ କ୍ଷୀର ରେ କିଛି ତୁଟୁକା ରହିଛି ଏହା କଲେ ଘରର ଆର୍ଥିକ ଅବସ୍ଥାରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ହେଇ ପାରିବ I ଆସନ୍ତୁ ଜାଣିବା ଏହି ତୁଟୁକା କଣ :

ଘରେ ଆର୍ଥିକ ପ୍ରଗତି କୁ ବଢ଼ାଇବା ପାଇଁ ମନିପ୍ଲାଣ୍ଟ ଲଗାନ୍ତୁ I ଧନ ଜନ ସୁଖ ସୌଭାଗ୍ୟ ର ଦେବୀ ହେଉଛନ୍ତି ମା’ ଲକ୍ଷ୍ମୀ I ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କ୍ଷୀରରୁ ବିଭିନ୍ନ ପ୍ରକାର ପ୍ରସାଦ ଭୋଗ ଲଗାଯାଇଥାଏ I ତେଣୁ ମନିପ୍ଲାଣ୍ଟ ରେ ମଧ୍ୟ କ୍ଷୀର ର ଏହି ଉପାୟ କଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି I ଏଥିରେ ଆୟ ଦୁଇଗୁଣା ବୃଦ୍ଧି ହୋଇଥାଏ I

ଲୋକଙ୍କ ମଧ୍ୟରେ ଏକ ସାଧାରଣ ବିଶ୍ୱାସ ଅଛି ଯେ ମନିପ୍ଲାଣ୍ଟ କୁ ଚୋରିକରି ଆଣି ଲଗାଇବା ଉଚ୍ଚିତ I କିନ୍ତୁ ବାସ୍ତୁ ଅନୁସାରେ ଏହିଭଳି କୌଣସି ଉଲ୍ଲେଖ ନାହିଁ I ତେଣୁ, ମନିପ୍ଲାଣ୍ଟ ଚୋରି କରନ୍ତୁ ନାହିଁ ଏବଂ ଏହାକୁ ଏକ କାଚ ବୋତଲରେ ମଧ୍ୟ ଲଗାନ୍ତୁ ନାହିଁ I

ଯଦି ଆପଣ ପ୍ରତିଦିନ ମନିପ୍ଲାଣ୍ଟକୁ ଟିକେ କଞ୍ଚା କ୍ଷୀର ଦେଇ ନିଜର ଇଚ୍ଛା କୁହନ୍ତି, ତେବେ ଆପଣଙ୍କର ମନୋସ୍କାମନା ଶୀଘ୍ର ପୂରଣ ହେବ I

ଯଦି ଆପଣ ଆର୍ଥିକ ପରିସ୍ଥିତିର ଶୀଘ୍ର ପରିବର୍ତ୍ତନ କରିବାକୁ ଚାହୁଁଥାନ୍ତି , ତେବେ କାର୍ଯ୍ୟରେ କଠିନ ପରିଶ୍ରମ କରିବା ସହିତ ଘରେ ଥିବା ମନି ପ୍ଲାଣ୍ଟରେ କ୍ଷୀର ଆଉ ପାଣି ମିଶାଇ ଅଳ୍ପ ଅଳ୍ପ ପ୍ରତିଦିନ ଦିଅନ୍ତୁ I ଏହା ଧନ ବୃଦ୍ଧି କରେ I

ଯେଉଁମାନଙ୍କର ଟଙ୍କା ଅଟକି ରହିଛି,ବା ଉଦ୍ଧାର ଟଙ୍କା ଫେରସ୍ତ ହେଉ ନ ଥାଏ ତେବେ ସେମାନେ ସୋମବାର ଦିନ କାଗଜରେ ସେମାତାଙ୍କ ଉଦ୍ଧାର ନେଇଥିବା ବ୍ୟକ୍ତି ଙ୍କ ନାମ ଲେଖି ମନି ପ୍ଲାଣ୍ଟର ମୂଳରେ ପୋତି ଦିଅନ୍ତି I କିଛି ଦିନ ଭିତରେ, ଅଟକି ଯାଇଥିବା ଟଙ୍କା ଫେରି ପାଇବେ I

Comments are closed, but trackbacks and pingbacks are open.