ଅଲକାଏଦା ମୁଖ୍ୟ ଆୟମାନ-ଅଲ-ଜଓ୍ଵାହିର ଉପରେ ଆମେରିକାର ବଡ଼ କାର୍ଯ୍ୟାନୁଷ୍ଠାନ; କାବୁଲ ଠାରେ ରାତି ଅଧରେ କଲା ନିପାତ

16

ୱାଶିଂଟନ୍‌: ୦୨ -୦୮: (ପି.ଏନ.ଏ):ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ମୁଖ୍ୟ ଆୟମାନ ଅଲ ଜୱାହିର ନିହତ I ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦାବି କରିଛନ୍ତି ଯେ, ଜୁଲାଇ ୩୧ ରେ କାବୁଲରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଜାୱାହିରଙ୍କର ମୃତ୍ୟୁ ହୋଇଛି । ୧୧ ବର୍ଷ ପୂର୍ବେ ଓସାମା ବିନ୍ ଲାଦେନଙ୍କୁ ହତ୍ୟା କରାଯିବା ପରେ ସେ ଅଲ-କାଏଦାର କମାଣ୍ଡରେ ଥିବାରୁ ଜାୱାହିରିଙ୍କ ହତ୍ୟା ଅଲ-କାଏଦା ପାଇଁ ଏକ ବଡ଼ ଝଟକା । ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ସେ ଆଫଗାନିସ୍ତାନରେ ଥିବା ତଥା ସେଠାରେ ରହି ଅଲକାଏଦା ସଂଗଠନକୁ ମଜବୁତ କରୁଥିବା ଜଣାପଡିବା ପରେ ଆମେରିକା ପକ୍ଷରୁ ଅଲକାଏଦାର ଆତଙ୍କବାଦୀମାନଙ୍କୁ ଦମନ ପାଇଁ ରବିବାରଠାରୁ ଆଫଗାନିସ୍ତାନର ରାଜଧାନୀ କାବୁଲର ସେରପୁର ଅଞ୍ଚଳରେ ଡ୍ରୋନ ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ଅଲ ଜୱାହିରି ନିହତ ହୋଇଥିବା କୁହାଯାଇଛି ।

ମିଶରର ଡାକ୍ତର ଓ ସର୍ଜନ ଜୱାହିରୀ ଆମେରିକାରେ ୨୦୦୧ ସେପ୍ଟେମ୍ବର ୧୧ ତାରିଖରେ ଆକ୍ରମଣରେ ୪ ବିମାନକୁ ହାଇଜାକ କରିବାରେ ସହଯୋଗ କରିଥିଲା । ଏଥିରେ ୨ଟି ବିମାନ ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି)ର ଉଭୟ ଟାୱାରରେ ଧକ୍କା ହୋଇଥିଲା । ତୃତୀୟ ବିମାନ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଅର୍ଥାତ ପେଣ୍ଟାଗନ ସହିତ ମାଡ଼ ହୋଇଥିଲା । ୪ର୍ଥ ବିମାନ ଶେକଭିଲେରେ ଏକ ଜମିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣାରେ ମୋଟ ୩୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ଆମେରିକୀୟ ଅଧିକାରୀମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖି କହିଛନ୍ତି ଯେ, ରବିବାର ଆଫଗାନିସ୍ତାନର ରାଜଧାନୀ କାବୁଲରେ ସିଆଇଏ ଏକ ଡ୍ରୋନ୍ ଆକ୍ରମଣ କରିଥିଲା । ପ୍ରଶାସନର ଜଣେ ବିରଷ୍ଠ ଅଧିକାରୀ କହିଛନ୍ତି ଯେ, ସଂଯୁକ୍ତ ରାଷ୍ଟ୍ର ଆମେରିକା ଆଫଗାନିସ୍ତାନରେ ଅଲକାଏଦା ବିରୋଧରେ ଆତଙ୍କବାଦୀ ବିରୋଧୀ ଅଭିଯାନ ଚଳାଇଛି । ଏହି ଅପରେଶନ ପୂର ସଫଳ ହୋଇଛି ଏବଂ ଅନ୍ୟ କୌଣସି ନାଗରିକଙ୍କର କ୍ଷତି ହୋଇନାହିଁ । ଜୱାହିରୀ ମୃତ୍ୟୁ ହେବା ପରେ ଏବେ ପ୍ରଶ୍ନ ଉଠୁଛି ଯେ, ୨୦୨୧ରେ କାବୁଲ ଉପରେ ଅକ୍ତିଆର କରିବା ପରେ ତାଲିବାନ ଆତଙ୍କବାଦୀ ମୁଖ୍ୟକୁ ଶରଣ ଦେଇଥିଲା ବୋଲି ପ୍ରଶ୍ନ ଛିଡ଼ା ହେଉଛି ।

Comments are closed, but trackbacks and pingbacks are open.