ପାର୍ବଣ ଋତୁ ରେ ଭାରତରେ ହୋଇପାରେ ବଡ ଧାରଣ ର ଆତଙ୍କବାଦୀ ଆକ୍ରମଣ : ଗୁଇନ୍ଦା ବିଭାଗ

29

ପଡୋଶୀ ଦେଶରୁ ହେଉଛି ଷଡଯନ୍ତ୍ର, ଭାରତରେ ହୋଇପାରେ ବଡ ଆତଙ୍କବାଦୀ ଆକ୍ରମଣ । ଚେତାଇଲା ଗୁଇନ୍ଦା ବିଭାଗ । ଦେଶରେ ପାର୍ବଣ ଋତୁ ଆରମ୍ଭ ହେଲାଣି । ଆଉ ଏହି ପାର୍ବଣ ଋତୁରେ ଦେଶକୁ ରକ୍ତରଞ୍ଜିତ କରିବାକୁ ଶତ୍ରୁ ଦେଶରୁ ହେଉଛି ସାଂଘାତିକ ଷଡଯନ୍ତ୍ର । ଟିଫିନ୍ ବକ୍ସ ମାଧ୍ୟମ ରେ ଆଇଡି ପ୍ରସ୍ତୁତ କରି ବିସ୍ଫୋରଣ କରିବାକୁ ଯୋଜନା କରୁଛନ୍ତି ଆତଙ୍କବାଦୀ । ଏନେଇ ଗୁଇନ୍ଦା ବିଭାଗ ତରଫ ରୁ ସତର୍କ ସୂଚନା ଦିଆଯାଇଛି I ପାର୍ବଣ ଋତୁ ରେ ଭିଡ଼ ହେଉଥିବା ସ୍ଥାନକୁ ନଜର ରେ ରଖି ଟିଫିନ ବକ୍ସ ଜରିଆରେ ବୋମା ବିସ୍ଫୋରଣ କରିବାର ଯୋଜନା କରିଛନ୍ତି I ଆତଙ୍କବାଦୀ ମାନେ ଛୋଟ ଛୋଟ ଗ୍ରୁପ୍ କରି ପାକିସ୍ତାନ ମାଟିରୁ ଭାରତରେ ପ୍ରବେଶ ପାଇଁ ସୁଯୋଗ ଖୋଜୁଛନ୍ତି। ଏହି ସାଂଘାତିକ ଷଡଯନ୍ତ୍ର କରୁଛି ପାକିସ୍ଥାନ ସ୍ଥିତ ଆଇଏସଆଇ ।
ଆଫଗାନୀ ଆତଙ୍କବାଦୀଙ୍କୁ ନେଇ ମଧ୍ୟ ଭାରତୀୟ ଗୁଇନ୍ଦା ବିଭାଗ ସତର୍କ କରିଛି । ଗୁଇନ୍ଦା ବିଭାଗ ଦେଇଥିବା ସୂଚନା ମୁତାବକ, ଆଫଗାନୀ ଆତଙ୍କବାଦୀଙ୍କ ସହ ଲସ୍କର-ଇ-ତୋଇବା, ହଜିବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ମାନେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି । ପାଖାପାଖି ୩୫ରୁ ୪୦ ଆତଙ୍କବାଦୀଙ୍କୁ ପାକିସ୍ତାନ ପ୍ରସ୍ତୁତ କରୁଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.