ଜମ୍ମୁ-କାଶ୍ମୀରରେ ସୁରକ୍ଷାବଳଙ୍କ ବଡ଼ ସଫଳତା: ଏନକାଉଣ୍ଟରରେ ୨ ଜୈଶ ଆତଙ୍କବାଦୀ ନିହତ

25

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଉଧମପୁର ଜିଲ୍ଲାରେ ସେନା, ସିଆରପିଏଫ ଏବଂ ଜମ୍ମୁ-କାଶ୍ମୀର ପୁଲିସର ମିଳିତ ଅଭିଯାନରେ ଦୁଇ ଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି। ଉଧମପୁରର ବ୍ରଟଲ ଓ ମାଜଲତା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ବୁଧବାର ସନ୍ଧ୍ୟାରୁ ସୁରକ୍ଷାବଳଙ୍କ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ସେପ୍ଟେମ୍ବର ୧୬-୧୭ ରାତିରେ ଚାଲିଥିବା ଏହି ‘ଅପରେସନ ସୋହନ’ରେ ପ୍ରତିକୂଳ ପାଗ, ଦୁର୍ଗମ ପାହାଡ଼ିଆ ରାସ୍ତା ଏବଂ ପ୍ରବଳ ଅନ୍ଧକାର ସତ୍ତ୍ୱେ ସୁରକ୍ଷାକର୍ମୀମାନେ ନିଜର ସାହସିକତା ଦେଖାଇ ଉଭୟ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ସେନା ପକ୍ଷରୁ ଏହି ଏନକାଉଣ୍ଟର ଓ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଅଞ୍ଚଳରେ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି।

Comments are closed, but trackbacks and pingbacks are open.