ଅମରନାଥ ଯାତ୍ରା ସମୟରେ ବଡ଼ ଅଘଟଣ, ୩୬ ଯାତ୍ରୀ ଆହତ

561

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ସମୟରେ ଘଟିଛି ବଡ଼ ଅଘଟଣ । ଏପରି ଅଘଟଣ ଶନିବାର ଦିନ ଦେଖିବାକୁ ମିଳିଛି । ପହଲଗାମ ରୁଟରେ ଶ୍ରଦ୍ଧାଳୁଙ୍କ କାଫିଲେରେ ଯାଉଥିବା ୩ଟି ବସ୍ ପରସ୍ପର ସହିତ ଧକ୍କା ହୋଇଛି । ଏହି ଅଘଟଣରେ ୩୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସ୍ ବ୍ରେକ୍ ହୋଇଯିବାରୁ ଏପରି ଅଘଟଣ ଘଟିଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲ ପଠାଇଛି । ପବିତ୍ର ଅମରନାଥ ଗୁମ୍ଫାର ଏହି ଯାତ୍ରା ୩ ଜୁଲାଇରୁ ଆରମ୍ଭ ହୋଇଥିଲା । ୩୯ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ୯ ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମା ଏବଂ ରାକ୍ଷୀ ପୂର୍ଣ୍ଣମୀରେ ଶେଷ ହେବ । ୩,୮୮୮ ମିଟର ଉଚ୍ଚତାରେ ଥିବା ଏହି ପବିତ୍ର ଗୁମ୍ଫାରେ ପହଞ୍ଚିବା ପାଇଁ ଭକ୍ତମାନେ ଦୁଇଟି ରାସ୍ତା ଦେଇ ଯାଇପାରିବେ ।ପହଲଗାମ ଏବଂ ବାଲତାଲ ରୁଟ୍ ରହିଛି । ଭକ୍ତମାନେ ସେମାନଙ୍କ ଇଚ୍ଛା ଅନୁସାରେ ଗୋଟିଏ ରୁଟ୍ ବାଛି ଯାଇପାରିବେ । ପହଲଗାମ୍ ରୁଟ୍ ଦେଇ ଯାତ୍ରା କରୁଥିବା ଭକ୍ତମାନେ ଚନ୍ଦନୱାରୀ, ଶେଷନାଗ ଏବଂ ପଞ୍ଚତରଣୀ ରାସ୍ତା ଦେଇ ପାଦରେ ଚାଲି ୪୬କିଲୋମିଟର ଯାତ୍ରା କରିବା ପରେ ପବିତ୍ର ଗୁମ୍ଫା ନିକଟରେ ପହଞ୍ଚି ପାରିବେ ।

Comments are closed, but trackbacks and pingbacks are open.