ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ:ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର ହେବେ ସୋନମ ୱାଙ୍ଗଚୁକ

49

ନୂଆଦିଲ୍ଲୀ: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ହସ୍ପିଟାଲରୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଦ୍ୱାରା ଦାୟର ଆବେଦନ ପରେ ଦିଲ୍ଲୀ ହାଇକୋର୍ଟ ୱାଙ୍ଗଚୁକଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ମେଦାନ୍ତ ହସ୍ପିଟାଲରେ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ପ୍ୟାନେଲ ଗଠନ କରାଯିବ। ୱାଙ୍ଗଚୁକଙ୍କ ଚିକିତ୍ସା ପାଇଁ ବିଶେଷଜ୍ଞ ଡାକ୍ତରଙ୍କ ଏକ ଦଳ ଗଠନ କରାଯିବ। ହାଇକୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆଜି ପର୍ଯ୍ୟନ୍ତ ସମସ୍ତ ଡାକ୍ତରୀ ପରୀକ୍ଷା ରିପୋର୍ଟ ମେଦାନ୍ତ ଡାକ୍ତରଙ୍କ ପ୍ୟାନେଲକୁ ଦାଖଲ କରିବାକୁ ପଡ଼ିବ। ଚିକିତ୍ସା ସମୟରେ ସମ୍ପୂର୍ଣ୍ଣ ଡାକ୍ତରୀ ସୂଚନା ସାର୍ବଜନିନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋଙ୍କ ଦ୍ୱାରା ଦାୟର ଆବେଦନ ପରେ ହାଇକୋର୍ଟର ଏକ ଡବଲ ବେଞ୍ଚ ଏହି ରାୟ ପ୍ରଦାନ କରିଛନ୍ତି। ତାଙ୍କ ଆବେଦନରେ ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ସଫଦରଜଙ୍ଗ ହସ୍ପିଟାଲରେ ରଖାଯାଇଛି ଏବଂ ପରିବାରର ସରକାରୀ ଚିକିତ୍ସା ବ୍ୟବସ୍ଥା ଉପରେ କୌଣସି ବିଶ୍ୱାସ ନାହିଁ। ସେମାନେ ୱାଙ୍ଗଚୁକ୍ ଙ୍କ ତାଙ୍କ ପସନ୍ଦର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଅନୁମତି ମାଗିଥିଲେ। କିନ୍ତୁ ହାଇକୋର୍ଟର ଏକ ସିଙ୍ଗଲ ବେଞ୍ଚ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରୁ ଡିସଚାର୍ଜ କରି ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ଅନ୍ତରୀଣ ଆଶ୍ୱସ୍ତି ଦେବାକୁ ମନା କରିଦେଇଥିଲେ।

Comments are closed, but trackbacks and pingbacks are open.