ଭାରତ ବିଜୟ ପାଇଁ ମଧ୍ୟପ୍ରଦେଶରେ ମହାଯଜ୍ଞ

136

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ସମସ୍ତଙ୍କ ମଧ୍ୟରେ ଛନକା ପଶିଛି। ଭାରତ ମାତାର ବିଜୟ ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି। ଅପରେଶନ ସିନ୍ଦୂର ପରେ ରାଗରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ। ଭାରତର ଗୋଟିଏ ପରେ ଗୋଟିଏ ସ୍ଥାନରେ କରିଛାଲିଛି ଡ୍ରୋନ ଆଟାକ୍‌। ଏହାକୁ ସଫଳତାର ସହ ସାମ୍ନା କରୁଛି ଭାରତ। ଏହି କ୍ରମରେ ମଧ୍ୟପ୍ରଦେଶ ନଲଖେଡ଼ାର ପ୍ରସିଦ୍ଧ ବଗଳାମୁଖୀ ମନ୍ଦିରରେ ମହାଯଜ୍ଞ ହୋଇଛି। ମନ୍ତ୍ର ଉଚାରଣ ସାଙ୍ଗକୁ  ହୋମଯଜ୍ଞ ହେଉଛି। ହୋମକୁଣ୍ଡ ପାଖରେ ଜାତୀୟ   ପତାକା ମଧ୍ୟ ଦେଖିବାକୁ ମିଳୁଛି। ସାମୁହିକ ଯଜ୍ଞରେ  ଭାରତର ତିନି ସେନାର ମଙ୍ଗଳ କାମନା କରି ଯୁଦ୍ଧରେ ବିଜୟ ପାଇଁ  ଏହି ମହାଯଜ୍ଞ ହୋଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ପାକିସ୍ତାନ ଏବଂ ପାକ ଅଧିକୃତ କଶ୍ମୀରରେ ଅବସ୍ଥିତ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବାର ଗୋଟିଏ ଦିନ ପରେ ପାକିସ୍ତାନ ପାଲଟା ଆକ୍ରମଣ କରିଥିଲା। ପାକିସ୍ତାନ ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମାରେ କ୍ଷେପଣାସ୍ତ୍ର ମାଡ଼ କରି ଏବଂ ଡ୍ରୋନ ମୁତୟନ କରି ପ୍ରତିଶୋଧ ନେବାକୁ ଚେଷ୍ଟା କରିଥିଲା। ଭାରତର ପ୍ରତିକ୍ରିୟା ଦ୍ରୁତ ଏବଂ ପ୍ରଭାବଶାଳୀ ଥିଲା। ଶୁକ୍ରବାର ମଧ୍ୟ ଭାରତର କେତେକ ସ୍ଥାନରେ ପାକିସ୍ତାନ ଡ୍ରୋନ ଆଟାକ କରିଥିଲା ଯାହାକୁ ଭାରତୀୟ ସେନା ପଣ୍ଡ କରିଦେଇଥିଲେ।

Comments are closed, but trackbacks and pingbacks are open.