ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ରେଟ୍ ଚାର୍ଟ

70

ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସୁଆର ମହାସୁଆର ନିଯୋଗ, ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନର ୧୧ ଜଣଙ୍କୁ ନେଇ କୋର୍ କମିଟି ଗଠିତ ହୋଇଛି । ଆନନ୍ଦ ବଜାରରେ ଅଣସୁଆରଙ୍କୁ ଚିହ୍ନଟ କରି ବାହାର କରିବା, ଭକ୍ତଙ୍କ ପାଇଁ ମହାପ୍ରସାଦର ରେଟ୍ ଚାର୍ଟ ଲଗାଇବା, ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ । 

ଶ୍ରୀମନ୍ଦିରରେ ଆନନ୍ଦବଜାର ଶୃଙ୍ଖଳା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିରରେ ଶୃଙ୍ଖଳା ରକ୍ଷା କରିବା ତଥା ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ କିପରି ସୁନ୍ଦର ଅନୁଭୂତି ନେଇ ଫେରିବେ ସେଥିପାଇଁ ବୈଠକରେ ଆଲୋଚନା ହୋଇଥିଲା ।

ଏହାବ୍ୟତୀତ ମହାପ୍ରସାଦ ଦର ଆକାଶଛୁଆଁ ହେବାସହ ଭକ୍ତମାନେ ଠକାମୀର ଶିକାର ହେଉଥିବା ନେଇ ଅଭିଯୋଗ ଆସୁଥିଲା । ଏ ସବୁ ସମସ୍ୟାର ସମାଧାନ ପାଇଁ ବୈଠକରେ ସୁଆର, ମହାସୁଆର ନିଯୋଗ ,ପରିଚାଳନା କମିଟି ସଦସ୍ୟ,ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନର ୧୧ ଜଣଙ୍କୁ ନେଇ କୋର୍ କମିଟି ଗଠିତ ହୋଇଛି।

Comments are closed, but trackbacks and pingbacks are open.