ଶ୍ରୀମନ୍ଦିରରେ ବନକଲାଗି ନୀତି ପାଇଁ ଆଜି ୪ ଘଣ୍ଟା ଧରି ବନ୍ଦ ରହିବ ମହାପ୍ରଭୃଙ୍କ ଦର୍ଶନ

460

ଭୁବନେଶ୍ବର: ଆଜି ମହାପ୍ରଭୃଙ୍କ ବନକଲାଗି ନୀତି। ସେଥିପାଇଁ ଶ୍ରୀମନ୍ଦିର ୪ ଘଣ୍ଟା ପାଇଁ ବନ୍ଦ ରହିବ। ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ନୀତି ଆରମ୍ଭ ହେବ। ବନକଲାଗି ନୀତିରେ ଶ୍ରୀ ଜିୟୁଙ୍କର ଶ୍ରୀମୁଖ ଶୃଙ୍ଗାର କରାଯାଇଥାଏ। ଏହା ଏକ ଗୁପ୍ତ ନୀତି ହୋଇଥିବାର ସାଧାରଣ ଦର୍ଶନ ବନ୍ଦ କରାଯାଇଥାଏ। ଏହି ନୀତିରେ ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଉଠି ଶ୍ରୀଜିୟୁଙ୍କ ଶୃଙ୍ଗାର କରିଥାନ୍ତି। ସେଥିପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

Comments are closed, but trackbacks and pingbacks are open.