ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସ ଭବନ ଉପରକୁ ଛାତ୍ର କଂଗ୍ରେସ ର ଅଣ୍ଡା ମାଡ଼

19

ବହୁ ଚର୍ଚିତ ମହାଲିଙ୍ଗ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନିଖୋଜ ଘଟଣା ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହିତ ସ୍ଥାନୀୟ ବିଜେଡି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ଘନିଷ୍ଠତା ଥିଲା I ଏପରିକି ଗତ ୮ ତାରିଖରୁ ଶିକ୍ଷୟିତ୍ରୀ ନିଖୋଜ ଥିଲେ ଓ ଏଥିରେ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବା ଅଭିଯୋଗ ଆଣିଛି କଂଗ୍ରେସ। କଂଗ୍ରେସ ବିଧାୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଦିବ୍ୟଶଙ୍କର ମହାଲିଙ୍ଗ ସ୍କୁଲକୁ ବାରମ୍ବାର ଯାଇ ରାତି ବିତାଉଥିଲେ। ମହାଲିଙ୍ଗବାସୀ ମଧ୍ୟ ମନ୍ତ୍ରୀ ରାତି ବିତାଉଥିବା କହୁଛନ୍ତି। ଘଟଣାର CBI ତଦନ୍ତ ସହ ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ବରଖାସ୍ତ କରନ୍ତୁ ବୋଲି ସାଲୁଜା ଅଭିଯୋଗ କରିଛନ୍ତି। ଆଜି ସକାଳେ ମହାଲିଙ୍ଗ ସ୍କୁଲ ଷ୍ଟାଡିୟମ ମାଟି ତଳୁ ଅର୍ଦ୍ଧଦଗ୍ଧ ଶବ ବାହାରିବା ପରେ ସେହି ଅଂଚଳ ରେ ଉତ୍ତେଜନା ଦେଖାଦେଇଛି I ଏହି ଘଟଣା ପରେ ଛାତ୍ର କଂଗ୍ରେସ ପକ୍ଷରୁ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସ ଭବନ ଉପରୁ ଅଣ୍ଡା ମାଡ଼ କରାଯାଇ ଥିବା ବେଳେ ମହିଳା କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା I ଏପରିକି ମନ୍ତ୍ରୀଙ୍କ ସରକାରୀ ବାସ ଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ। ମାତ୍ର କମିଶରେଟ୍‌ ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୁଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।

Leave A Reply

Your email address will not be published.