ମହାଲକ୍ଷ୍ମୀ ଯୋଗ: ଜୁନ୍ ୧୮ ରୁ ଏହି ୩ ଟି ରାଶି ଉପରେ ମା’ ଲକ୍ଷ୍ମୀ ଙ୍କର ହେବ କୃପା ବର୍ଷା ,ମିଳିବ ପ୍ରଚୁର ଧନ

26

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ମାନଙ୍କର ରାଶି ପରିବର୍ତନ କିମ୍ବା ଅନ୍ୟ ଗ୍ରହ ସହିତ ସଂଯୁକ୍ତ ହେଲେ,ଏହାର ପ୍ରଭାବ ସମସ୍ତ ରାଶିଉପରେ ପଡିଥାଏ I ସେହି ଅନୁସାରେ ବର୍ତ୍ତମାନ ଜୁନ୍ ୧୮ ରେ ବୁଧ ଗ୍ରହ ଏବଂ ଶୁକ୍ର ଗ୍ରହ ସଂଯୁକ୍ତ ହେବାକୁ ଯାଉଛନ୍ତି ଇ ଆସନ୍ତୁ ଆପଣଙ୍କୁ କହିବା ଯେ ଜୁନ୍ ୧୮ ରେ ଶୁକ୍ର ଗ୍ରହ ନିଜ ରାଶି ଵୃଷରେ ସଂଯୁକ୍ତ ହେବାକୁ ଯାଉଛନ୍ତି I ଯେଉଁଠାରେ କି ବୁଧ ଗ୍ରହ ପୂର୍ବରୁ ପ୍ରବେଶ କରିସାରିଛନ୍ତି I ଏଭଳି ପରିସ୍ଥିତିରେ ଉଭୟ ଶୁକ୍ର ଓ ବୁଧ ଗ୍ରହ ସଂଯୁକ୍ତ ହେବା ଯୋଗୁଁ ମହାଲକ୍ଷ୍ମୀ ଯୋଗ ସୃଷ୍ଟି ହେଉଛି I
ଶୁକ୍ରଙ୍କୁ ବିଳାସ ବ୍ୟସନ, ଧନ, ବୈଭବ, ରୋମାନ୍ସ ଏବଂ ଐଶ୍ୱର୍ଯ୍ୟର ଦାତା ବୋଲି କୁହାଯାଏ। ସେହିଭଳି ବୁଧ ଗ୍ରହଙ୍କୁ ବୁଦ୍ଧି, ତର୍କ, ସମ୍ବାଦ, ସଞ୍ଚାର ଓ ଚତୁରତାର କାରକ ବୋଲି ବିଶ୍ୱାସ କରାଯାଏ ଇ ଆସନ୍ତୁ ଜାଣିବା ଏହି ଦୁଇ ଗ୍ରହ ର ମିଶ୍ରଣ ଯୋଗୁଁ କେଉଁ ରାଶି ମାନଙ୍କରେ ହେବ ଧନ ବର୍ଷା :

ମହାଲକ୍ଷ୍ମୀ ଯୋଗ ରେ ଏହି ୩ ରାଶିର ହେବ ଧନ ବର୍ଷା :
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଯୋଗର ବହୁ ଗୁରୁତ୍ୱ ରହିଛି। ଏଣୁ ଏହି ଯୋଗର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ। କିନ୍ତୁ ୧୨ଟି ରାଶି ମଧ୍ୟରୁ କେବଳ ୩ଟି ରାଶି ମହାଲକ୍ଷ୍ମୀ ଯୋଗରେ ଅଧିକ ଶୁଭ ଫଳ ପାଇବେ।

ମେଷ: ମେଷ ରାଶିର ବ୍ୟକ୍ତି ବିଶେଷ ମହାଲକ୍ଷ୍ମୀ ଯୋଗ ଯୋଗୁ ଲାଭବାନ ହେବେ। ଏହି ସମୟରେ ଆପଣଙ୍କୁ ଆକସ୍ମିକ ଧନ ଲାଭ ହେବ। ଏଥିସହ ବେପାରରେ ମଧ୍ୟ ଉତ୍ତରୋତ୍ତର ଉନ୍ନତି ଘଟିବ। କୌଣସି ଜାଗାରେ ପଇସା ଅଟକି ଥିଲେ ଏହି ସମୟରେ ତୁରନ୍ତ ମିଳିବ। ଏହି ସମୟରେ ଆପଣଙ୍କ ଆର୍ଥିକ ସ୍ଥିତି ସୁଧୁରିଯିବ। ଯେଉଁ ଲୋକଙ୍କ କାର୍ଯ୍ୟ କ୍ଷେତ୍ର ବାଣୀ ସହ ଜଡ଼ିତ ସେମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଲାଭକାରୀ ହେବ। ମେଷ ରାଶିର ବ୍ୟକ୍ତି ଏକ ପନ୍ନା ଧାରଣ କରିପାରନ୍ତି। ଫଳରେ ମୋଟା ଅଙ୍କର ଧନ ଲାଭ ହେବ।

କର୍କଟ: ମହାଲକ୍ଷ୍ମୀ ଯୋଗ ଯୋଗୁ କର୍କଟ ରାଶିର ଲୋକଙ୍କ ମାନ ସମ୍ମାନ ବୃଦ୍ଧି ହେବ। ଏହି ସମୟରେ ଆୟ ବଢ଼ିବ। ଏଥିସହ ଆୟର ନୂଆ ନୂଆ ବାଟ ଫିଟିବ। ବେପାରରେ ଭଲ ଧନ ଲାଭ ହେବ। କୌଣସି ବଡ଼ ଡିଲ୍‌ ଫାଇନାଲ ହେବ, ଫଳରେ ଭବିଷ୍ୟତରେ ମୋଟା ଅଙ୍କର ଧନ ମିଳିବ। ଏହି ସମୟରେ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ କୃପା କରିବେ। ଆପଣ ଏକ ମୁନ୍‌ ଷ୍ଟୋନ୍‌ ଧାରଣ କରିପାରିବେ।

ସିଂହ: ମହାଲକ୍ଷ୍ମୀ ଯୋଗରେ ସିଂହ ରାଶିର ବ୍ୟକ୍ତି ବିଶେଷ ଅଧିକ ଲାଭ ବାନ୍‌ ହେବେ। ଏହି ସମୟରେ ଆପଣଙ୍କୁ ନୂଆ ଚାକିରିର ଅଫର ମିଳିପାରେ। ଏଥିସହ ବ୍ୟାପାରରେ ବି ଲାଭ ମିଳିବ। ନୂଆ ଅର୍ଡର ମିଳିପାରେ। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବ। ଆପଣ ଏକ ପନ୍ନା ଧାରଣ କରିପାରିବେ। ଏହା ଆପଣଙ୍କୁ ଅଧିକ ଶୁଭ ଫଳ ଦେବ।

Comments are closed, but trackbacks and pingbacks are open.