ଭୁବନେଶ୍ବର: ଆଜି ମହାପ୍ରଭୃ ନଅ ଦିନିଆ ଯାତ୍ରା ଶେଷ କରି ଶ୍ରୀମନ୍ଦିରକୁ ବିଜେ କରିବେ। ଆଜି ହେଉଛି ରଥଯାତ୍ରାର ଶେଷ ଦିନ। ଆଜି ରଥାଋଢ ଶ୍ରୀଜୀୟୁ ପହଣ୍ଡି ବିଜେ କରି ଶ୍ରୀମନ୍ଦିର ଗମନ କରିବେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ଅପରାହ୍ନ 4 ଟା ବେଳେ ପ୍ରଭୃଙ୍କ ପହଣ୍ଡି ଆରମ୍ଭ ହେବ। ଏହା ରାତି ଦଶଟା ପର୍ଯ୍ୟନ୍ତ ଚାଲିବ। ଆଜି ମଧ୍ୟ ଭକ୍ତଙ୍କ ଭିଡ ବଢିବାର ସମ୍ଭାବନା ରହିଛି। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବିଶେଷ କରି ଟ୍ରାଫିକ ସମସ୍ୟା ରହୁଥିବାରୁ ବଡଦାଣ୍ଡ ତଥା ଭୁବନେଶ୍ବର ପୁରୀ ରାସ୍ତାସାରା ଟ୍ରାଫକ ପୋଲିସ ମୁତୟନ କରାଯାଇଛି।
Comments are closed, but trackbacks and pingbacks are open.