ମଧୂସୂଦନ ଆଇନ ବିଶ୍ୱବିଦ୍ୟାଳୟ କୁ ମିଳିଲା ୟୁଜିସି ମାନ୍ୟତା : ଟ୍ୱିଟ କରି ସୂଚନା ଦେଲେ ଧର୍ମେନ୍ଦ୍ର

22

ଓଡ଼ିଶାର କଟକସ୍ଥିତ ମଧୂସୂଦନ ଆଇନ ମହାବିଦ୍ୟାଳୟ କୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମାନ୍ୟତା ମିଳିଛି I ୟୁଜିସି ପକ୍ଷରୁ ବିଶ୍ୱବିଦ୍ୟାଳୟ କୁଳସଚିବ ଙ୍କୁ ଅବଗତ କରାଯାଇଛି I ୟୁଜିସି ଅନୁସଚିବ ଇନ୍ଦ୍ରଜିତ କୌର ଏ ନେଇ ଚିଠି ଲେଖିଛନ୍ତି I ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେବା ସହ ଖୁସି ବ୍ୟକ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ ଟ୍ୱିଟ ରେ ଉଲ୍ଲେଖ କରିଛନ୍ତି ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ କୁ ୟୁଜିସି ଅଧିନିୟମ ୧୯୫୬ ,ଧାରା ୨ (ଏଫ) ଅନୁଯାୟୀ ୟୁଜିସି ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଇଛି I ଏହା ନିଶ୍ଚିତ ଭାବରେ ଓଡ଼ିଶାର ଆଇନ ବିଦ୍ୟାର୍ଥୀଙ୍କ ଆଶା ପୁରଣ କରିବା ସହିତ ରାଜ୍ୟ ରେ ଆଇନ ଶିକ୍ଷା ର ମାନ ବଢାଇବ ବୋଲି ଶ୍ରୀ ପ୍ରଧାନ ଆଶାପୋଷଣ କରିଛନ୍ତି I

Leave A Reply

Your email address will not be published.