କଂଗ୍ରେସ ଦଳ ର ବିଏମସି ମେୟର ପ୍ରାର୍ଥୀ ହେଲେ ମଧୁସ୍ମିତା ଆଚାର୍ଯ୍ୟ

24

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି I ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ଶୁକ୍ରବାର ଦିନ ୧୧ଟା ବେଳେ ଏ ନେଇ ତାଙ୍କ ନାଁ ଘୋଷଣା କରିଛନ୍ତି।

ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍‌, ଓଡ଼ିଶୀ ନୃତ୍ୟ ଶିଳ୍ପୀ । ସେ କମଳା ନେହରୁ କଲେଜର ଛାତ୍ର ସଂସଦର ସଭାପତି ହୋଇଥିଲେ। ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ । କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ । ସେ ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କ ଉପରେ ଭରସା କରିଛି । ସେଥିପାଇଁ ତାଙ୍କୁ ମେୟର ଭାବେ ଚୟନ କରିଛି ବୋଲି ଦଳୀୟ ନେତା ଯୁକ୍ତି ବାଢିଛନ୍ତି । ସେହିପରି କଟକ (ସମଦ) ପାଇଁ ମେୟର ପାଇଁ ଗିରିଵାଲା ବେହେରାଙ୍କୁ ପ୍ରାର୍ଥୀଭାବେ ଘୋଷଣା କରିଛି Iତେବେ ବିଜେଡି ଓ ବିଜେପି ଦଳ ପକ୍ଷରୁ ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ କିଏ ହେବ ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ କରି ନାହାନ୍ତି I

Comments are closed, but trackbacks and pingbacks are open.