ମଧୁମିତାଙ୍କ ସୁଇସାଇଡ ନୋଟ୍‌ ଜବତ

69

ଭୁବନେଶ୍ୱର: ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା ମାମଲାରେ ଛାନଭିନ ଜାରି ରଖିଛି ଧଉଳି ଥାନା ପୁଲିସ । ମଧୁମିତା ରହୁଥିବା ବାପୁଜୀନଗର ଭଡା ଘରୁ ସୁଇସାଇଡ ନୋଟ୍‌ ଜବତ କରିଛି ପୁଲିସ । ଅଭିଯୁକ୍ତ ଶ୍ରୀଧରଙ୍କୁ ନେଇ ଭଡା ଘରେ ଗୁରୁବାର ପୁଲିସ ଛାନଭିନ୍‌ କରିଛି । ସ୍ୱାମୀଙ୍କ ପରକୀୟା ପ୍ରତି ନେଇ ସନ୍ଦେହ କରି ଆତ୍ମହତ୍ୟା କରିଥିଲେ ସାମ୍ବାଦିକା ମଧୁମିତା ପରିଡା । ଅଭିଯୁକ୍ତ ସ୍ୱାମୀ ଶ୍ରୀଧରଙ୍କୁ ଘଟଣାସ୍ଥଳକୁ ନେଇ ପୁଲିସ ଖୋଳତାଡ କରିବ ବୋଲି ସୂଚନା ମିଳିଛି । ସେପଟେ ମଧୁମିତାଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀଧର । ସେ ପୂର୍ବରୁ ବିବାହିତ ଏବଂ ତାଙ୍କର ଛାଡପତ୍ର ହୋଇଥିଲା ବୋଲି ମଧୁମିତା ଓ ତାଙ୍କ ପରିବାର ପୂର୍ବରୁ ଜାଣିଥିବା କହିଛନ୍ତି ଶ୍ରୀଧର । ପ୍ରକାଶ ଯେ ଲାଇଭ ଭିଡିଓ କରି ଜୀବନ ହାରିଥିଲେ ସାମ୍ବାଦିକା ମଧୁମିତା ପରିଡା । ବାପୁଜୀନଗର ଟ୍ରେନ୍ ଲାଇନରୁ ଉଦ୍ଧାର ହୋଇଥିଲା ଖଣ୍ଡ ବିଖଣ୍ଡିତ ମୃତଦେହ ।  ମଧୁମିତା ପରିଡା  ଏକ ଓ୍ବେବ ଚ୍ୟାନେଲରେ କାମ କରୁଥିଲେ। ବିବାହ ପରେ ବାପୁଜୀନଗରରେ ଭଡ଼ାରେ ରହୁଥିଲେ । ତେବେ ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି  । ତାଙ୍କ ସ୍ବାମୀଙ୍କର ପରକୀୟା ପ୍ରୀତି ଥିଲା ବୋଲି ଅଭିଯୋଗ କରିଛନ୍ତି ମଧୁମିତା । ସ୍ବାମୀ ତାଙ୍କୁ ଧୋକା ଦେବା ସହ  ଦୀର୍ଘଦିନ ହେଲା ନିର୍ୟାତନା ଦେଉଥିଲେ । ଶେଷରେ ସହିନପାରି ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି ।

Comments are closed, but trackbacks and pingbacks are open.