ଆକ୍ଟିଭ ମୁଡ଼ରେ ସାଂସଦ ମାଡାମ !

338

ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ମାମଲାରେ ଜେଲରୁ ମୁକୁଳିଛନ୍ତି ୫୪ । ଆହୁରି ୭୮ ଜଣ ଏବେ ବି ଜେଲରେ ମୁକୁଳିବା ଅପେକ୍ଷାରେ ଅଛନ୍ତି । , କିନ୍ତୁ ୫୪ ଜଣଙ୍କୁ ଜାମିନ ମିଳିବା ଖବର ପାଇ ପ୍ରାୟ ୧୫ ଜଣ ଫେରାର ଥିବା ଯୁବକ ମଧ୍ୟ ଗାଁକୁ ଫେରିଛନ୍ତି । ଆଉ ଏହିସବୁ ସମ୍ଭବ ହୋଇପାରିଛି ସାଂସଦ ଅପରାଜିତାଙ୍କ ହସ୍ତକ୍ଷେପ କାରଣରୁ । ଏହି ଗାଁର ଗୋଷ୍ଠୀ ସଂଘର୍ଷକୁ ବିତିଯାଇଛି ପ୍ରାୟ ଦେଢ ଼ମାସ । ଏହି ମାମଲାରେ ୧୩୦ରୁ ଅଧିକଙ୍କୁ ଗିରଫ କରି ଜେଲ୍ ପଠାଇଥିଲା ପୋଲିସ ।

ଗୋଷ୍ଠୀ ସଂଘର୍ଷ ପରଠୁ ନା ଶାନ୍ତି ଫେରିଥିଲା ଗାଁରେ, ନା ସ୍ୱାଭାବିକ ହୋଇଥିଲା ଜନଜୀବନ । ଶାନ୍ତି ଫେରାଇବାକୁ ନା କୌଣସି ଶାନ୍ତିକମିଟି ତିଆରି କରିିଥିଲେ ରାଜ୍ୟ ସରକାର ନା କୋର୍ଟରେ କୌଣସି ଚାର୍ଜସିଟ ଦାଖଲ କରିଥିଲା ପୋଲିସ । ଏଭଳି ପରିସ୍ଥିତିରେ ପଦ୍ମକେଶରୀପୁରବାସୀଙ୍କ ପାଇଁ ଆଶାର କିରଣ ପାଲଟିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଗତ ୧୭ ତାରିଖ ରାତିରେ ଗାଁରେ ପହଁଞ୍ଚି ସ୍ଥିତି ପରଖିଥିଲେ ଅପରାଜିତା । ଲୋକଙ୍କ ସହ ଆଲୋଚନା କରିବା ସହ ଆଶ୍ୱାସନା ମଧ୍ୟ ଦେଇଥିଲେ । ଏଭଳି ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିବା ସହ ଗାଁରେ ଶାନ୍ତି ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିଲେ ।

ଆଉ ସରକାରଙ୍କୁ ୭ ଦିନର ମହଲତ ଦେଇଥିଲେ , ଆଉ ୭ ଦିନ ମଧ୍ୟରେ ଗାଁରେ ସ୍ଥିତି ସ୍ୱାଭାବିକ କରିବାକୁ କହିଥିଲେ ସାଂସଦ ଅପରାଜିତା ଷଢ଼ଙ୍ଗୀ । ଆଉ ସାଂସଦ ସରକାରଙ୍କୁ ଚିଠି ଲେଖିବାର ଦୁଇଦିନ ପରେ ଗାଁରେ ପହଂଚିଥିଲା ପୋଲିସ ଫୋର୍ସ । ଗାଁରେ ଶାନ୍ତି ବଜାୟ ସହ କୌଣସି ଭୟ ନକରିବାକୁ ମାଇକ୍ ଜରିଆରେ ପ୍ରଚାର କରିଥିଲା ପୋଲିସ । ଖୋଦ୍ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଗାଁକୁ ଯାଇ ଆଉ କାହାକୁ ଗିରଫ କରାଯିବ ନାହିଁ ବୋଲି ମଧ୍ୟ କହିଥିଲେ । ଆଉ ଗତକାଲି ଗାଁରୁ ଗିରଫ ହୋଇଥିବା ମଧ୍ୟରୁ ୫୪ ଜଣ ଜାମିନରେ ମୁକୁଳିବା ପରେ ଗାଁରେ ଶାନ୍ତିର ବାତାବରଣ ଶୃଷ୍ଠି ହୋଇଥିବା ପରିଲକ୍ଷିତ ହୋଇଛି । ଆଉ ଏହା ସାଂସଦ ଅପରାଜିତାଙ୍କ ହସ୍ତକ୍ଷେପ କାରଣରୁ ଗାଁରେ ଏହି ଶାନ୍ତି ଫେରିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Comments are closed, but trackbacks and pingbacks are open.