ଓଡ଼ିଶାରେ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

224

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ସୂଚନା ଅନୁଯାୟୀ, ଗତ ତିନି ବର୍ଷ ମଧ୍ୟରେ ମତ୍ସ୍ୟ ସମ୍ବନ୍ଧୀୟ ୪୫୮ଟି ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ୩୦୮୫ ଜଣ ମହିଳା ମତ୍ସ୍ୟ ଚାଷୀଙ୍କୁ ଆଧୁନିକ ମତ୍ସ୍ୟ କୌଶଳରେ ତାଲିମ ଦିଆଯାଇଛି ବୋଲି ଓଡ଼ିଶା ସରକାର ସୂଚନା ଦେଇଛନ୍ତି।ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ) ଅଧୀନରେ ଭାରତ ସରକାରଙ୍କ ମତ୍ସ୍ୟ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ମତ୍ସ୍ୟ ବିଭାଗ ଓଡ଼ିଶା ସମେତ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ‘ପ୍ରଶିକ୍ଷଣ, ସଚେତନତା, ପ୍ରଦର୍ଶନ ଏବଂ ଦକ୍ଷତା ବିକାଶ’ ନାମକ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା କାର୍ଯ୍ୟକାରୀ କରୁଛି। ପିଏମଏମଏସୱାଇ ଅଧୀନରେ ୧୦୦% କେନ୍ଦ୍ରୀୟ ସହାୟତା ରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ (ଏନଏଫଡିବି)କୁ ନୋଡାଲ ସଂଗଠନ ଭାବରେ ମନୋନୀତ କରାଯାଇଛି। ୩୪୬୦ ଜଣ ମତ୍ସ୍ୟଜୀବୀ ଓ ମତ୍ସ୍ୟ ଚାଷୀଙ୍କୁ ତାଲିମ ଦେବା ପାଇଁ ପିଏମଏମଏସୱାଇ ଅଧୀନରେ ଓଡ଼ିଶାର ମତ୍ସ୍ୟ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବେସରକାରୀ ସଂସ୍ଥା ସମେତ ବିଭିନ୍ନ ସଂସ୍ଥାକୁ ୬୫ଟି ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁମୋଦନ କରାଯାଇଛି।ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ଏହି ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.