୧୯ରୁ ଏଲ୍‌ଆର୍‌ପି ଏଣ୍ଡ୍‌-ଟର୍ମ ଆସେସ୍‌ମେଣ୍ଟ ଆରମ୍ଭ

16

ଭୁବନେଶ୍ୱର: କରୋନା ଯୋଗୁ ଶିକ୍ଷାଦାନରେ ବାଧାପ୍ରାପ୍ତ ହୋଇଥିଲା । ତେଣୁ ସ୍କୁଲ ଖୋଲିବା ପରେ ପିଲାଙ୍କ ଦକ୍ଷତା ମାପିବା ପାଇଁ ରାଜ୍ୟ ସରକାର ସ୍କୁଲ ପିଲାଙ୍କ ପାଇଁ ଲର୍ଣ୍ଣି ରିକଭରି ପ୍ରୋଗ୍ରାମ(ଏଲ୍‌ଆର୍‌ପି) ଆରମ୍ଭ କରିଥିଲେ । ଏଥିପାଇଁ ତୃତୀୟ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ପରୀକ୍ଷା ହେଉଛି । ଏହି ପରିପ୍ରେକ୍ଷୀରେ ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଏଲ୍‌ଆର୍‌ପି ଏଣ୍ଡ୍‌-ଟର୍ମ ଆସେସେମଣ୍ଟ ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ୨୧ତାରିଖରେ ଶେଷ ହେବ ବୋଲି ଓସେପା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ଦର୍ଶାଇଛନ୍ତି ଯେ, ଆସନ୍ତା ୧୯ରେ ତୃତୀୟ ଶ୍ରେଣୀ ପିଲାଙ୍କ ଲାଗି ଓଡ଼ିଆ ଏବଂ ଚତୁର୍ଥରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ ବିଷୟର ପରୀକ୍ଷା କରାଯିବ । ୨୦ ତାରିଖରେ ସବୁ ଶ୍ରେଣୀର (୩ୟ ରୁ ନବମ)ଗଣିତ ପରୀକ୍ଷା କରିବା ସହ ୨୧ରେ ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଇଭିଏସ୍ ଏବଂ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନ ବିଷୟର ପରୀକ୍ଷା ହେବ । ଏ ନେଇ ବୁଧବାର ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ, ସମଗ୍ର ଶିକ୍ଷାକୁ ଚିଠି ଲେଖି ଜଣାଇଛନ୍ତି । ସ୍କୁଲଗୁଡ଼ିକରେ ଠିକ୍ ସମୟରେ ପ୍ରଶ୍ନପତ୍ର ଏବଂ ଉତ୍ତର ବୁକ୍‌ଲେଟ୍ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତରଖାତା ସ୍କୁଲ ପ୍ରଧାନଶିକ୍ଷକଙ୍କ ନିରୀକ୍ଷଣରେ ନିରାପଦରେ ରଖିବା ପାଇଁ ସେ କହିଛନ୍ତି ।

Comments are closed, but trackbacks and pingbacks are open.