ପୁଣି ବଢ଼ିଲା ଏଲପିଜି ଗ୍ୟାସ ଦର

35

ଖାଉଟି ଙ୍କ ଉପରେ ମହଙ୍ଗା ମାଡ଼ I ଦେଶ ତଥା ରାଜ୍ୟରେ ଅତ୍ୟାବଶ୍ୟକୀୟ ଜିନିଷର ଅହେତୁକ ମୂଲ୍ୟବୃଦ୍ଧି ସାଂଗକୁ ଆଜି ପୁଣି ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଏହା ସହିତ ୧ହଜାର ପାର କଲା ଘରୋଇ ଗ୍ୟାସ ସିଲିଣ୍ଡର। ଚଳିତ ମାସରେ ଦ୍ୱିତୀୟ ଥର ଲାଗି ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ଘଟିଛି । ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୩ଟଙ୍କା ୫୦ ପଇସା ବଢିଛି । ସେହିଭଳି କମରସିଆଲ ଗ୍ୟାସ ସିଲିଣ୍ଡର ପିଛା ୮ ଟଙ୍କା ବଢିଛି । ଏହା ପୂର୍ବରୁ ମେ ୭ରେ ୫୦ ଟଙ୍କା ବଢିଥିଲା ଘରୋଇ ଗ୍ୟାସ ସିଲିଣ୍ଡର। ଏକ ବର୍ଷ ମଧ୍ୟରେ ଦିଲ୍ଲୀରେ ସବସିଡି ଥିବା ୧୪.୨ କେଜି ଏଲପିଜି ସିଲିଣ୍ଡର ଦାମ୍‌ ୮୦୯ ଟଙ୍କାରୁ ୧,୦୦୩ ଟଙ୍କାରେ ପହଞ୍ଚିଛି Iଏହି ବୃଦ୍ଧି ପରେ ଘରୋଇ ସିଲିଣ୍ଡରର ଦର ଭୁବନେଶ୍ୱରରେ ୧୦୨୬ ଟଙ୍କାରୁ ବଢି ୧୦୨୯ ଟଙ୍କା ହୋଇଛି । ଆଜିଠାରୁ ହିଁ ସାରା ଦେଶରେ ନୂଆ ଦର ଲାଗୁ ହୋଇଛି ।

ସେହିଭଳି କଟକରେ ଏହି ଦର ୧୦୨୬ ଟଙ୍କା ୫୦ ପଇସାରୁ ବଢି ୧୦୨୯ ଟଙ୍କା ୫୦ ପଇସା ହୋଇଛି । ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ହଜାରେ ଟଙ୍କା ପାର କରିଛି । ଚଳିତ ମାସ ୭ ତାରିଖରେ ଗ୍ୟାସ ଦର ସିଲିଣ୍ଡର ପିଛା ୫୦ ଟଙ୍କା ବଢିଥିଲା । ଗତ ଏକ ବର୍ଷ ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ପ୍ରାୟ ୨୦୦ଟଙ୍କା ବଢ଼ି ୮୦୦ରୁ ହଜାରେ ଟଙ୍କା ଅତିକ୍ରମ କରିଛି ।

Comments are closed, but trackbacks and pingbacks are open.