ହ୍ରାସ ପାଇଲା ଏଲପିଜି ସିଲିଣ୍ଡର ଦର, ଜାଣନ୍ତୁ କେତେ ରହିଛି ମୂଲ୍ୟ

16

ନୂଆଦିଲ୍ଲୀ :୦୧-୦୮-(ପି.ଏନ.ଏ): ଅଗଷ୍ଟ ପ୍ରଥମ ରୁ କମର୍ସିଆଲ ସିଲିଣ୍ଡର ମୂଲ୍ୟ ହ୍ରାସ I ମୁଦ୍ରାସ୍ଫୀତି ମଧ୍ୟରେ ଏହା ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର I ଏହି ଦର ଆଜି (ଅଗଷ୍ଟ 1) ଠାରୁ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୩୬ ଟଙ୍କା ହ୍ରାସ କରାଯାଇଛି। ଅଗଷ୍ଟ ପ୍ରଥମ ଦିନରେ ଲୋକମାନେ ଏକ ଖୁସି ଖବର ପାଇଛନ୍ତି I ସୂଚନାନୁସାରେ ୧୯କିଲୋ କମର୍ସିଆଲ ସିଲିଣ୍ଡରରେ ଦିଲ୍ଲୀରେ ୨୦୧୨.୫୦ ଟଙ୍କା ସ୍ଥାନରେ ୧୯୭୬.୫୦ ଟଙ୍କା ରହିବ । କୋଲକାତାରେ ଏହାର ଦର ୨୧୩୨.୦୦ ଟଙ୍କା ବଦଳରେ ଗ୍ରାହକଙ୍କୁ ୨୦୯୫.୫୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ମୁମ୍ବାଇରେ କମର୍ସିଆଲ ସିଲିଣ୍ଡର କିଣିବାକୁ ହେଲେ ୧୯୩୬.୫୦ ଟଙ୍କା ଓ ଚେନ୍ନାଇରେ ୨୧୪୧ଟଙ୍କା ରହିଛି ।

ମାତ୍ର ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ନାହିଁ । ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ଦର ୧୦୫୩ ଟଙ୍କା ରହିଛି । କୋଲକାତାରେ ଏହାର ଦର ୧୦୭୯ ଥିବା ବେଳେ ମୁମ୍ବାଇରେ ୧୦୫୨ ଓ ଚେନ୍ନାଇରେ ୧୦୬୮ ଟଙ୍କା ଅଛି ।

ସୂଚନାଯୋଗ୍ୟ ଗତ ଜୁଲାଇ ମାସରେ କମର୍ସିଆଲ ସିଲିଣ୍ଡରର ଦର ୮.୫୦ ଟଙ୍କା କମିଥିଲା । ଅପରପକ୍ଷେ ଜୁଲାଇ ୬ ତାରିଖରେ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଥିଲା ।

Comments are closed, but trackbacks and pingbacks are open.