ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତ ର ରୂପ ନେଲା : ଆନ୍ଧ୍ରପ୍ରଦେଶ, ରାଜ୍ୟର ବିଭିନ୍ନ ସ୍ଥାନରେ ହାଲକା ବର୍ଷା

18

ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଅବପାତ ର ରୂପ ନେଇଛି । ବର୍ତ୍ତମାନ ଏହା ସକ୍ରିୟ ହୋଇ ଦକ୍ଷିଣ ପୂର୍ବ ଚେନ୍ନାଇଠାରୁ ୧୪୦ କିଲୋମିଟର ଦୂରରେ ରହିଛି । ଆଜି ସଂଧ୍ୟା ସୁଦ୍ଧା ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳ ଅତିକ୍ରମ କରିବ । ଫଳରେ ଚେନ୍ନାଇ କୋଡାମ୍ବକମ୍ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଅନେକ ଗଛ ଭାଙ୍ଗି ଯାଇଛି । ଏହାର ପ୍ରଭାବରେ ଏଯାବତ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଗଛ ପଡି ରାସ୍ତା ଅବରୋଧ ହୋଇଛି । ଏଥିପାଇଁ ଜନ ଜୀବନ ପ୍ରଭାବିତ ହୋଇଛି ।
ପ୍ରଶାସନ ପକ୍ଷରୁ ଗଛ କାଟି ରାସ୍ତା ସଫା କରାଯିବା ସହିତ ଦମକଳ ବାହିନୀଏବଂ ୧୫୦ରୁ ଅଧିକ କର୍ମଚାରୀ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛନ୍ତି । ପବନର ପ୍ରଭାବ ଅଧିକ ଥିବାରୁ ସଂଧ୍ୟା ୬ଟା ଯାଏଁ ଚେନ୍ନାଇ ବିମାନ ବନ୍ଦରକୁ ବନ୍ଦ ରଖାଯାଇଛି ।
ଏହାର ପ୍ରଭାବରେ ଆଜି ସକାଳୁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହାଲୁକା ବର୍ଷା ହୋଇଛି । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ଏହା ସହ ଦକ୍ଷିଣ ଆଭ୍ୟନ୍ତରୀଣ ତଥା ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପାଗ ମେଘୁଆ ରହିବା ସମ୍ଭାବନା ରହିଛି ।
ଏହା ସହିତ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେବେ ବଙ୍ଗୋପସାଗରରେ ଦେଖାଦେଇଥିବା ଅବପାତର ପ୍ରଭାବ ଓଡ଼ିଶା ଉପରେ ସେତେଟା ରହିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି ।

Leave A Reply

Your email address will not be published.