ଲୋୟର ପିଏମଜି ପାଚିକା ସଂଘର ଗର୍ଜନ, ୭ ଦଫା ଦାବି ନେଇ ବିକ୍ଷୋଭ

50

ଭୁବନେଶ୍ୱର: ଗର୍ଜିଲେ ପାଚିକା ମହାସଂଘ ।  ଲୋୟର ପିଏମଜିରେ ପାଚିକା ମହାସଂଘର ବିଶାଳ ସମାବେଶ ।  ୭ ଦଫା ଦାବିନେଇ ନିଖିଳ ଓଡିଶା ମଧ୍ୟହ୍ନ ଭୋଜନ ପାଚକ ପାଚିକା ମହାସଂଘର ବିକ୍ଷୋଭ । ଦୈନିକ ୪୫୨ ଟଙ୍କା ହିସାବରେ ମାସିକ ଦରମା ପ୍ରଦାନ ପ୍ରମୁଖ ଦାବି ।  ମଧ୍ୟାହ୍ନ ଭୋଜନ ଭଳି ଶିକ୍ଷା ବିକାଶର ଗୁରୁତ୍ବପୂର୍ଣ ଭିତ୍ତିଭୂମିରେ ଦୀର୍ଘ ବର୍ଷ କାର୍ଯ୍ୟକରି ଆସୁଛନ୍ତି ।  କିନ୍ତୁ ପାରିଶ୍ରମିକ ଦୈନିକ ଏକଶହ ଟଙ୍କା ମିଳୁଛି । ସରକାର ଘୋଷଣା କରିଥୁବା ପାରିଶ୍ରମିକ ପୁନଃ ବିଚାର କରି ମାସିକ ୩ ହଜାର ଟଙ୍କା ବଦଳରେ ଦୈନିକ ସର୍ବନିମ୍ନ ମଜୁରୀ ୪୫୨ ଟଙ୍କା ହିସାବରେ ମାସିକ ୧୩ ହଜାର ୫୬୦ ଟଙ୍କା ଦାବି କରି ସଂଘ ।  ପାଚିକା ମାଆ ମାନଙ୍କର ପାରିଶ୍ରମିକ ୨୦୧୮ ମସିହାରେ ଦୁଇ ହଜାର ଟଙ୍କା ଘୋଷଣା ହୋଇଥିଲା ।  କିନ୍ତୁ ପରେ ୧୪ ଶହ ଟଙ୍କା ଦିଆଯାଇଥିଲା ।  ତେବେ ଘୋଷଣା କରାଯାଇଥିବା ୨ ହଜାର ଟଙ୍କାର ବକେୟା ରାଶି ପ୍ରାୟ ପ୍ରତ୍ୟେକଙ୍କ ୩୬ ହଜାର ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ।

Comments are closed, but trackbacks and pingbacks are open.