ପ୍ରେମ ବନାମ ଆତ୍ମହତ୍ୟା: ତୁ ଥା ମୁଁ ଯାଉଛି ରୁଷି,ଜୀବନ ହାରିଲେ ପୁଣି ଜଣେ ସୌମ୍ୟ

23

ପ୍ରେମ ରେ ଧୋକା ଯୋଗୁଁ ଜୀବନ ହାରିଛନ୍ତି ଆଉ ଜଣେ ସୌମ୍ୟ I ପ୍ରେମ ରେ ଧୋକା ଖାଇ ଗତକାଲି ଇନ୍‌ଫୋସିଟି ଥାନା ନିକଟରୁ ଜଣେ ଯୁବକଙ୍କ ଅଧାପୋଡ଼ା ମୃତଦେହ ଠାବ ହୋଇଥିବା ବେଳେ,ଆଜି ପୁଣି ପ୍ରେମରେ ହତାଶ ହୋଇ ରେଳ ଲାଇନ ଜୀବନ ହାରିଛନ୍ତି ଖୋର୍ଦ୍ଧାର ସୌମ୍ୟରଂଜନ ପରିଡା I
ସୂଚନାନୁସାରେ ଖୋର୍ଦ୍ଧା ଜିଲ୍ଲା କାଇପଦର-ଧଉଳିମୁହଁ ମଧ୍ୟବର୍ତ୍ତୀ ରେଳ ଧାରଣା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ସୌମ୍ୟରଞ୍ଜନ ପରିଡ଼ା। ତାଙ୍କ ଘର ପୁରୀ ଜିଲ୍ଲା ଗଡ଼ିସାଗଦା ଅଞ୍ଚଳରେ। ସୌମ୍ୟରଞ୍ଜନ ନିଜ ପରିବାର ସହ ଖୋର୍ଦ୍ଧା ସଦର ଥାନା ଆଣ୍ଡାବାଜପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ। ସେ ବେଙ୍ଗାଲୁରରେ ଚାକିରି କରିଥିଲେ। ସାଙ୍ଗର ବିବାହ ପାଇଁ ୩ରୁ୪ ଦିନ ହେବ ଘରକୁ ଆସିଥିଲେ। ଗତକାଲି ରାତିରେ ଶିରା କାଟି ନିଜ ଭିତରେ ଥିବା ଯନ୍ତ୍ରଣାକୁ ଏକ ଭିଡ଼ିଓ କରି ନିଜ ମୋବାଇଲ ଷ୍ଟାଟସରେ ରଖିଥିଲେ। ମୃତ୍ୟୁ ପୂର୍ବରୁ ନିଜ ଭଉଣୀଙ୍କ ସହ ବହୁତ ସମୟ ଧରି କଥା ହୋଇଥିଲେ। ଭଉଣୀ ମଧ୍ୟ ନିଜ ଅବୁଝା ଭାଇକୁ ବହୁତ କିଛି ବୁଝାଇଥିଲା। ହେଲେ ସୌମ୍ୟରଞ୍ଜନ କିଛି ବୁଝି ନଥିଲେ। ପରେ ସେ ଟ୍ରେନ୍ ଆଗକୁ ଡେଁଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ ଆତ୍ମହତ୍ୟା ପୂର୍ବରୁ “ ତୁ ମୋତେ ଭୁଲି ଗଲୁ, କିନ୍ତୁ ମୁଁ ତୋତେ ଭୁଲି ପାରୁ ନାହିଁ। ଯାହାକୁ ମୁଁ ଭଲ ପାଉଥିଲି, ଶେଷରେ ସେ ମୋତେ ଧୋକା ଦେଲା। ସେ ଖାଲି ମୋତେ ଧୋକା ଦେଇ ନାହିଁ, ବରଂ ବହୁତ କଷ୍ଟ ମଧ୍ୟ ଦେଇଛି। ମୁଁ ମୋ ବାବା, ମମିଙ୍କୁ ବହୁତ ଭଲ ପାଏ। ବାବା ମମି ମୋତେ କ୍ଷମା କରିଦେବ। ମୁଁ ଜାଣିପାରୁ ନାହିଁ କ’ଣ ସବୁ କରୁଛି? ଆଉ ମାତ୍ର କିଛି ସମୟ ବଞ୍ଚିବି। କେବେବି ଭାବି ନଥିଲି ଏତେ ଶୀଘ୍ର ଦୁନିଆ ଛାଡ଼ି ଚାଲିଯିବି।ମୁଁ ଜାଣିନି ମୁଁ ଏଇଟା ଠିକ୍‌ କରୁଛି କି ଭୁଲ୍‌ କରୁଛି । ଭାଇ ମୋ ବାବା-ମମିଙ୍କ ଯତ୍ନ ନେବୁ, ସେମାନଙ୍କ ଧ୍ୟାନ ରଖିବୁ । ମୁଁ ଭାଇଟେ ହୋଇ ତୋପାଇଁ କିଛି କରିନି , କିନ୍ତୁ ତୁ ମୋ ବାବା-ମମିଙ୍କ ଧ୍ୟାନ ରଖିବୁ ।’’ ମୃତ୍ୟୁ ପୂର୍ବରୁ ଏଭଳି ଏକ ଭିଡିଓ କରି ନିଜ ହାତର ଶିରା କାଟି ଟ୍ରେନ୍ ଆଗକୁ ଡେଇଁ ପଡିଥିଲେ ସୌମ୍ୟରଞ୍ଜନ।

ଆଜି ସକାଳୁ ଖୋର୍ଦ୍ଧା ଧଉଳିମୁହଁ ରେଳ ଷ୍ଟେସନ ନିକଟ ଟ୍ରେନ୍‌ ଲାଇନ୍‌କୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ ହୋଇଛି । ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ସୌମ୍ୟ ରଞ୍ଜନ ପରିଡା ବୋଲି ଜଣାପଡିଛି । ପ୍ରେମରେ ବିଫଳ ହେବାପରେ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ଭିଣୋଇ କହିଛନ୍ତି। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ସୌମ୍ୟରଞ୍ଜନଙ୍କ ମୋବାଇଲକୁ ଜବତ କରି ଘଟଣାର ତଦନ୍ତ କରୁଛି। ସୌମ୍ୟରଞ୍ଜନ କେଉଁ ଯୁବତୀଙ୍କୁ ଭଲ ପାଉଥିଲେ, ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed, but trackbacks and pingbacks are open.