ସ୍ୱାମୀ ଆଗରେ ତୁଚ୍ଛ ହେଲା ଦିଅର ପ୍ରେମ; ଚାଲିଗଲା ଜୀବନ

310

ମୟୂରଭଞ୍ଜ: ପ୍ରେମିକ ଦିଅର ଆଗରେ ସ୍ୱାମୀ ହେଲା ତୁଚ୍ଛ । ସ୍ୱାମୀ ଏବଂ ପ୍ରେମିକ ଦିଅର ମଧ୍ୟରେ ଝଗଡା ହେବାରୁ ପ୍ରେମିକ ପକ୍ଷରେ ରହି ସ୍ୱାମୀକୁ କାଠ ଫାଳିଆରେ ବାଡେଇ ମାରିଲା ସ୍ତ୍ରୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଉଦଳା ଥାନା ନୟାରଙ୍ଗାମାଟିଆ ଗ୍ରାମରେ । ରାଇସେନ ମୁର୍ମୁଙ୍କୁ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଛି ତାଙ୍କ ସ୍ତ୍ରୀ ପାନ ମୁର୍ମୁ ଏବଂ ସମ୍ପର୍କୀୟ ଭାଇ ଚନ୍ଦ୍ରମୋହନ ହେମ୍ବ୍ରମ ।

ସୂଚନା ମୁତାବକ, ଗତକାଲି ଗ୍ରାମରେ ଚାଲିଥିଲା ଜାହିରା ପୂଜା । ଏହି ପୂଜାରେ କୁକୁଡ଼ା ଆଣିବାରେ ବିଳମ୍ବ କରିଥିଲେ ମୃତକ ରାଇସେନ ମୁର୍ମୁ । ଯାହାକୁ ନେଇ ସମ୍ପର୍କୀୟ ଭାଇ ଚନ୍ଦ୍ରମୋହନ ହେମ୍ବ୍ରମ ସହିତ ରାଇସେନଙ୍କର ଝଗଡା ହୋଇଥିଲା । ଏହି ଝଗଡା ସମୟରେ ରାଇସେନଙ୍କ ସ୍ତ୍ରୀ ପାନ ମୁର୍ମୁ ସେଠାରେ ପହଞ୍ଚି ଚନ୍ଦ୍ରମୋହନଙ୍କ ସପକ୍ଷରେ ରହିଥିଲେ । ଏପରିକି ସେ ନିଜ ସ୍ୱାମୀକୁ ବିରୋଧ କରିଥିଲେ । କାରଣ ଚନ୍ଦ୍ରମୋହନଙ୍କ ସହିତ ପାନଙ୍କର ଅନୈତିକ ସମ୍ପର୍କ ରହିଥିବା ବେଳେ ଚନ୍ଦ୍ରମୋହନଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା ।

ପ୍ରେମିକକୁ ବଞ୍ଚାଇବାକୁ ଯାଇ ନିଜ ସ୍ୱାମୀକୁ ଝଗଡା ସମୟରେ ଏକ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଲା ସ୍ତ୍ରୀ । ଉଦଳା ପୋଲିସ ଉଭୟ ସମ୍ପର୍କୀୟ ଭାଇ ଓ ସ୍ତ୍ରୀ କୁ ଗିରଗ କରିଛି । ଅନ୍ୟପଟେ ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ତଦନ୍ତ କୁ ତ୍ୱରାନ୍ୱିତ କରିଛି ।

Comments are closed, but trackbacks and pingbacks are open.