ପ୍ରଥମାଷ୍ଟମୀରେ ପ୍ରଭୃ ଜଗନ୍ନାଥ ମଧ୍ୟ ହେବେ ପୋଢୁଆଁ

236

ଭୁବନେଶ୍ବର: ଆସନ୍ତାକାଲି ହେଉଛି ପ୍ରଥମାଷ୍ଟମୀ। ବିଶ୍ବାସ ରହିଛି ମାର୍ଗଶୀର ଅଷ୍ଠମୀରେ ମାମୁଁଙ୍କ ଘରୁ ଭଣଜା ଭାଣଜୀଙ୍କ ପାଇଁ ଭାର ଆସେ। ସେଥିରେ ସେମାନେ ପୋଢୁଆଁ ବା ପୂଜା ହୋଇଥାଆନ୍ତି। ଏହିପରି ପ୍ରଥା କାହିଁ କେଉଁ କାଳରୁ ଓଡିଶାରେ ପାଳିତ ହୋଇଆସୁଛି। ଏହି ପ୍ରଥମାଷ୍ଠମୀରେ ମାମୁଁ ଘରୁ ଭାରରେ କଣ ଆସୁଛି ତାହାକୁ ଅପେକ୍ଷା କରିଥାନ୍ତି ଭଣଜାଭାଣଜୀ। ତେବେ ଏହି ପରଂପରା ଶ୍ରୀମନ୍ଦିରରେ ମଧ୍ୟ ପାଳନ ହୋଇଆସୁଛି। ମାର୍ଗଶୀର ଅଷ୍ଠମୀରେ ଶ୍ରୀମନ୍ଦିରରେ ମଧ୍ୟ ପାଳନ ହୋଇଥାଏ ପ୍ରଥମାଅଷ୍ଠମୀ ବା ପୋଢୁଆଁ ଅଷ୍ଠମୀ। ଏହି ଦିନ ମହାପ୍ରଭୃଙ୍କର ସ୍ବତନ୍ତ୍ର ନୀତି ପାଳନ ହୋଇଥାଏ। ଏହି ପର୍ବ ଶ୍ରୀମନ୍ଦିର ଭିତରେ ପାଳନ କରାଯାଇଥାଏ। ମହାପ୍ରଭୃଙ୍କ ମାମୁଁ ଘର ହେଉଛି କଟକ ନିଆଳିରେ ଥିବା ମାଧବାନନ୍ଦଜୀଉ ମଠ। ପ୍ରତିବର୍ଷ ଏହିପିଠରୁ ଶ୍ରୀମନ୍ଦିରକୁ ଭାର ଆସିଥାଏ। ମଠର ସେବକମାନେ ପରଂପରା ଅନୁସାରେ ବାହୁଙ୍ଗାରେ ବୋଝ ଝୁଲାଇ ସେଥିରେ ଭାର ଆଣିଥାନ୍ତି। ଏହି ଭାରରେ ତୁଳସୀ, ଫଳମୂଳ, ପାଟବସ୍ତ୍ର, ପିଠା ପ୍ରଭୃତି ଭାରରେ ପଠାଯାଇଥାଏ।

Comments are closed, but trackbacks and pingbacks are open.