ପେଟ୍ରୋଲ ପମ୍ପରୁ ଲୁଟ୍‌

1,855

ପେଟ୍ରୋଲ ପମ୍ପରୁ ଲୁଟ୍‌ । ସିଗାରେଟ୍‌ ଟାଣିବାକୁ ମନା କରିବାରୁ ଦୁର୍ବୃତ୍ତଙ୍କ ଉନ୍ମତକାଣ୍ଡ । ମେସିନ ଭାଙ୍ଗିବା ସହ ୨୦ ହଜାର ଟଙ୍କା ଲୁଟି ଚମ୍ପଟ ମାରିଲେ ଦୁର୍ବୃତ୍ତ । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବୈଦପାଳି ଠାରେ ମିଶ୍ର ଆଣ୍ଡ ମିଶ୍ର ଭାରତ ପେଟ୍ରୋଲ ପମ୍ପରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୯ଟା ୩୦ ମିନିଟରେ ଏକ କାର୍‌ ଆସି ପେଟ୍ରୋଲ ପକାଇଥିଲା । ଏହି ସମୟରେ ସେହି ସ୍ଥାନରେ ଜଣେ ବ୍ୟକ୍ତି ସିଗାରେଟ୍‌ ଟାଣିବାକୁ ଆରମ୍ଭ କରିଥିଲେ । କିନ୍ତୁ ପେଟ୍ରୋଲ ପମ୍ପରେ ଉପସ୍ଥିତ ଥିବା କର୍ମଚାରୀ ଏହାକୁ ବାରଣ କରିଥିଲେ ।

ଏହା କଥାକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀ ଓ ମ୍ୟାନେଜରଙ୍କୁ ଧକ୍କା ଦେଇ ତାଙ୍କ ପକେଟରୁ ୨୦ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ରାତି ସାଢେ ୧୨ ଟାରେ ପୁଣି ୬ଜଣ ଦୁର୍ବୃତ୍ତ ଆସି ପେଟ୍ରୋଲ ମେସିନ୍‌ ସହ ଅଫିସ କାଚ ଭାଙ୍ଗି ସଙ୍ଗେ ସଙ୍ଗେ ଫେରାର ମାରିଥିଲେ ।

Comments are closed, but trackbacks and pingbacks are open.