ବିଲବୋର୍ଡ ବିଜ୍ଞାପନରେ ଖୋଜୁଛନ୍ତି ଜୀବନସାଥୀ

26

ବ୍ରିଟେନ୍‌ର ଜଣେ ବ୍ୟକ୍ତି ବିଲବୋର୍ଡରେ ବିଜ୍ଞାପନ ଦେଇ ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତି । ଯୁବକ ଜଣକର ଏଭଳି ଉପାୟ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଇଂଲଣ୍ଡର ୨୩ ବର୍ଷୀୟ ଇଡି ଚାପମ୍ୟାନ୍ ସହରର ମଧ୍ୟଭାଗରେ ବିଲବୋର୍ଡରେ ନିଜର ବିଜ୍ଞାପନ ପ୍ରକାଶ କରିଛନ୍ତି । ଏକାକୀ ଦୀର୍ଘ ଜୀବନ ଅତିବାହିତ କରିବା ପରେ ସେ ବିଜ୍ଞାପନ ଦେଇ ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତ । ପୂର୍ବରୁ ସେ ଡେଟିଂ ଆପ୍ ମାଧ୍ୟମରେ ଜୀବନସାଥୀ ଖୋଜିଥିଲେ । କିନ୍ତୁ ସେଥିରେ ସେ ବିଫଳ ହେବା ପରେ ସେ ବିଲବୋର୍ଡରେ ବିଜ୍ଞାପନ ଦେବା ବ୍ୟବସ୍ଥା କଲେ । ବିଲବୋର୍ଡରେ ସେ ନିଜ ଫଟୋ ସହ “ଡେଟ୍ ମି’ ବୋଲି ଲେଖିଛନ୍ତି । ତେବେ ଏହି ବିଲବୋର୍ଡ ବିଜ୍ଞାପନରୁ ସେ ଉପକୃତ ହୋଇଛନ୍ତି । ଏହା ମାଧ୍ୟମରେ ୧୮ରୁ ୪୮ ବର୍ଷ ବୟସ୍କ ମହିଳାମାନେ ତାଙ୍କ ସହ ଯୋଗାଯୋଗ କରିଛନ୍ତି । ଆଉ ଏବେ ସେ ତାଙ୍କ ଜୀବନର ପ୍ରଥମ ଡେଟ୍‌ରେ ଯିବା ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି । ସେ ପେଶାରେ ଜଣେ କଣ୍ଟେଣ୍ଟ କ୍ରିଏଟର ହୋଇଥିବାରୁ ଏ ପରିକଳ୍ପନା ମନକୁ ଆସିଥବା କହିଛନ୍ତି । ଅନ୍ୟପଟେ ନିଜ ପାଇଁ ବିଲବୋର୍ଡ ଡିଜାଇନ କରିବା ତାଙ୍କ ପକ୍ଷେ ବେଶ କଷ୍ଟକର କାମ ଥିଲା ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.