ଚୀନ କୁ ଫେରିଲା ଲକଡାଉନ

32

ଚାଇନା କୁ ପୁଣି ଫେରିଲା ଲକଡାଉନ ଇ ମହାମାରୀ କରୋନାର ପରବର୍ତ୍ତୀ ସଂକ୍ରମଣ ଡେଲ୍ଟା ଭ୍ୟାରିଏଣ୍ଟ ଯୋଗୁଁ ପୁଣିଥରେ ଲକଡାଉନ ଭଳି କଡ଼ା ନିୟମକୁ ଲାଗୁ କରିଛି ଚୀନ ଦକ୍ଷିଣପୂର୍ବରେ ଥିବା ଫୁଜିଆନ ପ୍ରଦେଶର ଗୋଟିଏ ସହରରୁ ୧୨ରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହେବାରୁ ପ୍ରଶାସନ ପକ୍ଷରୁ ଏଠାରେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯାଇଛି। କୁହାଯାଉଛି, ସେଠାରେ କରୋନାର ଡେଲଟା ଭାରିଆଣ୍ଟ, ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି ।ଏହି ସହରରେ ୪.୫ ନିୟୁତ ଲୋକଙ୍କୁ ଲକଡାଉନ କରାଯାଇଛି I ଲକଡାଉନ ହୋଇଥିବା ଜିଆମେନରେ ବୈଦ୍ୟୁତିକ ଉପକରଣଗୁଡ଼ିକ ଉତ୍ପାଦନ ହୋଇଥାଏ। ତେବେ ଏହି ସହରରେ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛିକୁ ବନ୍ଦ କରାଯାଇଛି। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ସମସ୍ତ ଆବାସିକ ଅଞ୍ଚଳ ଓ ଗାଁଗୁଡ଼ିକର ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ସିଲ କରାଯାଇଛି।ବାର୍‌ ଓ ଜିମ୍‌ ଏବଂ ସ୍କୁଲ ଆଦିକୁ ପ୍ରଶାସନ ବନ୍ଦ କରିଦେଇଛି । ଚୀନର ନ୍ୟାସନାଲ ହେଲଥ କମିସନ ମୁତାବକ, ୧୦ରୁ ୧୨ ସେପ୍ଟେମ୍ବର ଭିତରେ ଫୁଜିୟାନ ସହରରୁ ୪୩ ନୂଆ ମାମଲା ଚିହ୍ନଟ ହୋଇଛି । ଯେଉଁଥିରୁ ୩୨ ଜଣ ଲକ୍ଷଣ ହୀନ ରୋଗୀ । ଏଠାରେ ଲକଡାଉନ କରାଯାଇ ସମସ୍ତଙ୍କ କରୋନା ଟେଷ୍ଟ କରାଯିବ। ଯଥାଶୀଘ୍ର ଟେଷ୍ଟ ସାରି ସ୍ଥିତି ସ୍ୱାଭିବକ କରିବାକୁ ଗ୍ରାଉଣ୍ଡରେ କାମ କରୁଥିବା ଅଧିକାରୀମାନଙ୍କୁ କୁହାଯାଇଛି।

Leave A Reply

Your email address will not be published.