ଆଟାକ୍‌ କଲା ପାକିସ୍ତାନ, ଭାରତୀୟ ସେନାର ମୁହଁତୋଡ ଜବାବ

74

ନୂଆଦିଲ୍ଲୀ: ପାକିସ୍ତାନ ଡ୍ରୋନ ମାଧ୍ୟମରେ ଲଗାତାର ଭାରତର ବାୟୁସୀମା ଉଲ୍ଲଂଘନ କରୁଛି। ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା (LoC) ନିକଟରେ ହଠାତ ବହୁ ସଂଖ୍ୟକ ଡ୍ରୋନ ଦେଖାଯାଇଛି। ସୀମାରେ ବାରାମୁଲ୍ଲାରୁ ଭୁଜ ପର୍ଯ୍ୟନ୍ତ ୨୬ରୁ ଅଧିକ ସ୍ଥାନରେ ସନ୍ଦେହଜନକ ଡ୍ରୋନ ଦେଖାଯାଇଛି। ଏହି ଡ୍ରୋନଗୁଡ଼ିକ ମଧ୍ୟରୁ ଅନେକ ଅସ୍ତ୍ରଶସ୍ତ୍ର ଥିବା ସନ୍ଦେହ କରାଯାଉଛି ।

ସୂଚନାନୁସାରେ, ଯେଉଁଠାରେ ଡ୍ରୋନ ଦେଖାଯାଇଛି ସେହି ଅଞ୍ଚଳ ବାରାମୁଲ୍ଲା, ଶ୍ରୀନଗର, ଅବାଣ୍ଟିପୋରା, ନାଗ୍ରୋଟା, ଜମ୍ମୁ, ଫେରୋଜେପୁର, ପଠାନକୋଟ, ଫାଜିଲ୍କା, ଲାଲଗଡ ଜାଟା, ଜୈସଲମେର, ବାରମର୍‌, ଭୁଜ, କୁଆରବେଟ ଏବଂ ଲାଖୀ ନାଲା ରହିଛି। ପଞ୍ଜାବର ଫିରୋଜପୁରରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଥିଲା । ପାକିସ୍ତାନ ଏକ ଡ୍ରୋନ ସାହାଯ୍ୟରେ ଫିରୋଜପୁରର ଏକ ଆବାସିକ ଅଞ୍ଚଳରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ଯାହାକୁ ସେନା ଗୁଳି କରି ଖସାଇ ଦେଇଥିଲା। ଭାରତ ପକ୍ଷରୁ ସୀମାରେ ସମସ୍ତ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରାଯାଇଛି।

Comments are closed, but trackbacks and pingbacks are open.