ଏହି ପ୍ରଣାଳୀରେ ଲିଚୁ ଚାଷ କରି ହୁଅନ୍ତୁ ଲାଭ ବାନ

40

ହା ଏକ ଅତି ସ୍ୱାଦୁକର ଫଳ ଅଟେ । ଅନ୍ୟାନ୍ୟ ଫଳ ତୁଳନାରେ ଏହା ଅଧିକ ଦାମରେ ବିକ୍ରି କରାଯାଇଥାଏ । ଲିଚୁ ପ୍ରଥମେ ଚୀନର ଦକ୍ଷିଣ ଭାଗରେ ଜନ୍ମ ନେଇଛି ବୋଲି ଜଣାଯାଏ । ପ୍ରାୟ ୧୮୦୦ ମସିହାରେ ଏହା ଭାରତରେ ପ୍ରବେଶ କରିଛି । ବିହାରର ମୁଜାଫରପୁର ଅଞ୍ଚଳ ଲିଚୁ ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି । ଆମ ରାଜ୍ୟରେ ପ୍ରାୟ ୪୦୦୦ ହେକ୍ଟର ଜିରେ ଲିଚୁ ଚାଷ କରାଯାଏ ।
ଲିଚୁର ଚୋପା ବାହାର କରିଦେଲେ ଶସ ଥାଏ । ଏହା ମଧ୍ୟରେ ମଞ୍ଜି ରହିଥାଏ । ଶସକୁ ବିଭିନ୍ନ ଭାବରେ ଖିଆଯାଇଥାଏ । ଶସରେ ଶତକଡ଼ା ୮୩.୫ ଭାଗ ଜଳୀୟ ଅଂଶ, ୧୩.୬ ଭାଗ ଶ୍ୱେତସାର, ୧ ଭାଗ ପୁଷ୍ଟିସାର, ୦.୩ ଭାଗ ସ୍ନେହସାର, ୦.୪ ଭାଗ ତନ୍ତୁଜାତୀୟ ପଦାର୍ଥ ଏବଂ ୦.୫ ଭାଗ ଖଣିଜ ଲବଣ ରହିଥାଏ । ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ୍ ମଧ୍ୟ ରହିଛି ।
ଉଷ୍ଣ, ଆର୍ଦ୍ର ଜଳବାୟୁରେ ଲିଚୁ ଭଲ ହୋଇଥାଏ । ତେବେ ଶୀତଦିନେ ଅଧିକ ଶୀତ ହେଲେ ଗଛ ବଢ଼ିପାରେ ନାହିଁ । ସେହିପରି ଖରାଦିନେ ଏହି ଗଛ ଅତ୍ୟଧିକ ଉତ୍ତାପ ସହିପାରେ ନାହିଁ । ଖରାଦିନେ ଗରମ ପବନ ପହିଲେ ଫଳ ଫାଟିଯିବାର ଆଶଙ୍କା ଥାଏ ।
ବିଭିନ୍ନ ପ୍ରକାରର ମାଟିରେ ଲିଚୁ ଚାଷ କରାଯାଇପାରିବ । ତେବେ ଦୋରସା ମାଟିରେ ଏହା ଭଲ ହୋଇଥାଏ । ଜମି ନିଗିଡ଼ା ହୋଇଥିବା ଆବଶ୍ୟକ । ଅଧିକ ଗଭୀର ପର୍ଯ୍ୟନ୍ତ ଭଲ ମାଟି ଥିଲେ ଚେର ବଢ଼ିବା ସୁବିଧାଜନକ ହୋଇଥାଏ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୫.୫ରୁ ୭ ମଧ୍ୟରେ ରହିବା ଦରକାର । ଆମ ରାଜ୍ୟରେ ଜୁଲାଇ -ଅଗଷ୍ଟ ମାସରେ ଲିଚୁ ଲଗାଯାଇଥାଏ । ଲିଚୁର ଅନେକ ଉନ୍ନତ କିସମ ରହିଛି । ସେସବୁ ହେଲା – ଚାଇନା, କଲକତିଆ, ମୁଜାଫୁରପର, ୟାର୍ଲିବେଦନା, ଲେଟ ବେଦନା, ଗୁଲାବୀ, ପୂର୍ବୀ, ସିଡଲେସ୍ ଇତ୍ୟାଦି ।
ଧାଡ଼ିକୁ ଧାଡ଼ି ଓ ଗଛକୁ ଗଛ ୭-୮ ମିଟର ଦୂରତାରେ ଲିଚୁ ଲଗାଯାଏ । ଏକ ଏକର ଜମିରେ ପ୍ରାୟ ୬୩ରୁ ୮୨ଟି ଗଛ ରହିପାରିବ । ଗାତ ୋଳିବା ବେଳେ ଏହାର ଲମ୍ବ, ଓସାର ଓ ଗଭୀରତାହ ୭୫ ସେଣ୍ଟିମିଟର ହୋଇଥିବା ଦରକାର । ଟାଣ ମାଟିରେ ଗାତର ଆକାର ୧ ମିଟର ରଖିଲେ ଭଲ ।
ଲଗାଇବା ପୂର୍ବରୁ ଗାତରେ୨ ଝୁଡ଼ି ସଢ଼ା ଖତ ଦେବା ଉଚିତ । ଏଥି ସହିତ ଗଛ ପିଛା ୬୦ ଗ୍ରାମ ଯବକ୍ଷାର,୨୦ ଗ୍ରାମ ଫସଫରସ୍ ଓ ୬୦ ଗ୍ରାମ ପଟାସ ପ୍ରୟୋଗ କରିବାକୁ ହେବ । ଏହି ସାର ପାଇବା ପାଇଁ ୧୩୨ ଗ୍ରାମ ୟୁରିଆ, ୧୨୫ ଗ୍ରାମ ସିଙ୍ଗଲ ସୁପର ଫସଫେଟ୍ ଓ ୧୦୦ ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଦରକାର । ଏହା ବଦଳରେ ଗଛ ପ୍ରତି ୪୫ ଗ୍ରାମ ଡିଏପି, ୧୧୫ ଗ୍ରାମ ୟୁରିଆ ଓ ୧୦୦ ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଦେବାକୁ ପଡ଼ିବ । ଏହା ବଦଳରେ ୭୫ ଗ୍ରାମ ଏନ୍‌ପିକେ (୧୦-୨୬-୨୬), ୧୧୫ ଗ୍ରାମ ୟୁରିଆ ଓ ୭୬୫ ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ବ୍ୟବହାର କରାଯାଇପାରେ ।
ଗଛ ବଡ଼ ହୋଇଗଲେ ଗଛ ପିଛା ୭୫ ଗ୍ରାମ ଯବକ୍ଷାହର, ୨୦ ଗ୍ରାମ ଫସଫସର୍ ଓ ୯୦ ଗ୍ରାମ ପଟାସ ଦେବାକୁ ପଡ଼ିଥାଏ । ଏହି ସାର ପାଇବା ପାଇଁ ୧୬୫ ଗ୍ରାମ ୟୁରିଆ, ୧୨୫ ଗ୍ରାମ ସିଙ୍ଗଲ ସୁପର ଫସଫେଟ୍ ଓ ୧୫୦ ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଦରକାର ହେବ । ଏହା ବଦଳରେ ୭୫ ଗ୍ରାମ ଏନ୍‌ପିକେ(୧୦-୨୬-୨୬), ୧୫୦ ଗ୍ରାମ ୟୁରିଆ ଓ ୧୧୫ ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଦରକାର ପଡ଼ିବ । ଏହା ବଦଳରେ ୪୫ ଗ୍ରାମ ଡିଏପି, ୧୫୦ ଗ୍ରାମ ୟୁରିଆ ଓ ୧୫୦ ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଆବଶ୍ୟକ ହେବ । ଏହି ସାରକୁ ଥରେ ବର୍ଷାଋତୁ ଆରମ୍ଭରେ ଓ ଆଉଥରେ ବର୍ଷାଋତୁ ଶେଷରେ ପ୍ରୟୋଗ କରାଯାଇପାରିବ ।
ବଗିଚାକୁ ଖୁସାଇ ଘାସ ମାରିଦେବା ଆବଶ୍ୟକ । ଏକର ପ୍ରତି ୧ କିଲୋଗ୍ରାମ ଆଟ୍ରାଜିନ ବା ଡାଇୟୁରନ ଔଷଧ ପ୍ରୟୋଗ କଲେ ଘାସ ଦମନ ହୋଇଥାଏ । ଖରାଦିନେ ୮-୧୦ ଦିନ ଅନ୍ତରରେ ପାଣି ମଡ଼ାଇବା ଆବଶ୍ୟକ ।
ଏହି ଗଛରେ କେତେକ ଶୋଷକ ପୋକ ଲାଗିବାର ଦେଖାଯାଏ । ଏମାନଙ୍କୁ ଦମନ କରିବା ପାଇଁ ପ୍ରତି ଲିଟର ପାଣି ସହ ୨ ମିଲିଲିଟର ମେଟାସିଷ୍ଟକ୍‌ସ ବା ରୋଗର ଔଷଧ ମିଶାଇ ଗଛରେ ସ୍ପ୍ରେ କରିବାକୁ ହେବ ।
ଲିଚୁ ଗଛରେ ୬-୭ ବର୍ଷ ପରେ ଫଳ ଆସେ । ଭଲ ଭାବେ ଚାଷ କଲେ ଏକର ପ୍ରତି ୭୦-୮୦ କ୍ୱିଣ୍ଟାଲ ଫଳ ଅମଳ ହୋଇଥାଏ ।

Comments are closed, but trackbacks and pingbacks are open.