ଲିଙ୍ଗରାଜ ମନ୍ଦିର ଖୋଲାଯିବା ନେଇ ବିଏମସି ଗାଇଡଲାଇନ ଜାରି କଲା

31

କରନା ର ୨ୟ ଲହର ର ଭୟାବହତାକୁ ଦୃଷ୍ଟିରେ ରାଜ୍ୟରେ ସମ୍ପୂର୍ଣ୍ଣ ଏବଂ ଆଂଶିକ ସଟଡାଉନ ଲାଗି ରହିଥିଲା ଇ ଏହା ମଧ୍ୟ ରେ ବ୍ୟବସାୟିକ କଟକଣା ସାଙ୍ଗକୁ ଭିଡ଼ କୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଧର୍ମାନୁଷ୍ଠାନ ଗୁଡିକରେ ମଧ୍ୟ କଟକଣା ଲଗାଇଥିଲେ ଇ ତେଣୁ ଦୀର୍ଘ ତିନି ମାସରୁ ଉର୍ଦ୍ଧ୍ବ ମନ୍ଦିର ଗୁଡିକ ବନ୍ଦ ରହିଥିଲା ଇ ଗତ ଜୁଲାଇ ମାସ ରୁ ରାଜ୍ୟ ରେ ଅନେକ ସ୍ଥାନ ସଂକ୍ରମଣ କମିଯାଇଥିବାରୁ ଜିଲ୍ଲା ପ୍ରଶାସନ ର ଅନୁମତି ରେ ଧର୍ମାନୁଷ୍ଠାନ ଖୋଲିଥିଲେ ମଧ୍ୟ ରାଜଧାନୀ ରେ କୋରନI ଉପରମୁହାଁ ଥିବାରୁ ସମସ୍ତ ଧର୍ମାନୁଷ୍ଠାନ ସହିତ ଲିଙ୍ଗରାଜ ମନ୍ଦିର ମଧ୍ୟ ବନ୍ଦ ରହିଥିଲା I ଏବେ ଲିଙ୍ଗରାଜ ମନ୍ଦିର ଆସନ୍ତା ୧ ତାରିଖରୁ ଖୋଲିବାକୁ ଯାଉଥିବା ବେଳେ ବିଏମସି ପକ୍ଷରୁ ଶୁକ୍ରବାର ନୂତନ ଗାଇଡଲାଇନ ଜାରି କରାଯାଇଛି । କୋଭିଡକୁ ଦୃଷ୍ଟିରେ ରଖି ଏହି ମାର୍ଗଦର୍ଶିକା ଜାରି କରାଯାଇଛି । ଦୁଇଟି ଡୋଜର ଟିକା ନେଇଥିଲେ ହିଁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶର ଅନୁମତି ପାଇବେ । ଟିକା ପ୍ରମାଣପତ୍ର ଦେଖି ମନ୍ଦିରରେ ପ୍ରବେଶ କରିବାକୁ ଦିଆଯିବ । ଗର୍ଭଗୃହ ଦର୍ଶନ ବନ୍ଦ ରଖାଯିବ ଏବଂ ଏକା ଥରକେ ୧୦୦ ଜଣ ଭକ୍ତଙ୍କୁ ଦର୍ଶନର ଅନୁମତି ପ୍ରଦାନ କରାଯିବ ।
ଶ୍ରଦ୍ଧାଳୁଙ୍କ ନିକଟରୁ ଭୋଗ ଗ୍ରହଣ ଉପରେ କଟକଣା ଜାରି କରାଯାଇଛି । ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ରଖାଯାଇଛି । ଏହା ବ୍ୟତୀତ ରୋଗାକ୍ରାନ୍ତ, ବୟସ୍କ ଗର୍ଭବତୀ ଓ ୧୮ ବର୍ଷରୁ କମ ବୟସର ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଏହି ନିୟମ ଉଲ୍ଲଂଘନ କଲେ ମନ୍ଦିର ଖୋଲାଯିବା ନିଷ୍ପତ୍ତି ପ୍ରତ୍ୟାହାର କରାଯିବ ବୋଲି ବିଏମସି ପକ୍ଷରୁୁ କୁହାଯାଇଛି ।

Leave A Reply

Your email address will not be published.