ଜେଲରେ ଜୀବନ ପ୍ରତି ବିପଦ!

18

ଗୋପାଳକୁ ଘାରିଛି ସୁରକ୍ଷା ଭୟ । ଜେଲରେ ସୁରକ୍ଷିତ ନାହିଁ ଗୋପାଳ! । ଅନ୍ୟ ଜେଲରେ ରଖିବାକୁ କ୍ରାଇମବ୍ରାଞ୍ଚକୁ କଲା ଗୁହାରି। ଗୋବିନ୍ଦ ସାହୁର ମୃତ୍ୟୁର ଦେଲା ଉଦାହରଣ । ବିରୋଧୀଙ୍କ ଅଭିଯୋଗର ରହିଛି କି ସତ୍ୟତା? ଉଠିଲା ପ୍ରଶ୍ନ । ଜେଲରେ ନିଜକୁ ସୁରକ୍ଷିତ ମଣୁନି ଗୋପାଳ । ନିଜର ସୁରକ୍ଷା ପାଇଁ ଚିନ୍ତାରେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ । କାଳେ ତାକୁ କିଏ ହତ୍ୟା କରିବ ସେନେଇ ଚିନ୍ତାରେ ଗୋପାଳ । ଏମିତିକି ନିଦ ବି ହଜିଗଲାଣି ।

ଶେଷରେ କ୍ରାଇମବ୍ରାଞ୍ଚକୁ ଗୁହାରି କରିଛି ଗୋପାଳ । ବ୍ରଜରାଜନଗର ସବ ଜେଲରେ ନ ରଖି ଜିଲ୍ଲା କିମ୍ବା ଅନ୍ୟ ଜେଲରେ ରଖିବାକୁ ଗୋପାଳ କ୍ରାଇମବ୍ରାଞ୍ଚକୁ କହିଥିବା ଜଣାପଡିଛି । ବ୍ରଜରାଜନଗର ସବ-ଜେଲରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଅନେକ ଗୁଣ୍ଡା ବା ସମର୍ଥକ ରହୁଛନ୍ତି । ତେଣୁ ସେମାନେ ତାକୁ ଯେକୌଣସି ମୂହୁର୍ତରେ ହତ୍ୟା କରି ପାରନ୍ତି । କେବଳ ସେତିକି ନୁହେଁ ଯେହେତୁ ପୂର୍ବତନ ମନ୍ତ୍ରୀ ନବ ଦାସ ଜଣେ ପ୍ରଭାବଶାଳୀ ଓ ଟାଣୁଆ ନେତା ଥିଲେ, ତେଣୁ ଜେଲରେ ତା ଜୀବନ ପ୍ରତି ବିପଦ ରହିଛି । ଉଦାହରଣ ଦେଇ ସେ କହିଛି ଯେ, ଗତ ବର୍ଷ ଡିସେମ୍ବର ମାସ ୨୦ ତାରିଖରେ ଯେଉଁଭଳି କଣ୍ଟାବାଞ୍ଜି ଜେଲରେ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଲା, ସେମିତି ତା କ୍ଷେତ୍ରରେ ମଧ୍ୟ ଘଟିପାରେ ।

ସେଥିପାଇଁ ତାକୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବା ପାଇଁ ସେ କ୍ରାଇମବ୍ରାଞ୍ଚକୁ ଗୁହାରି କରିଛି । ଅନ୍ୟପଟେ ଗୋପାଳର ନାର୍କୋ, ପଲିଗ୍ରାଫ ଟେଷ୍ଟ ପାଇଁ ତାକୁ ଗୁଜରାଟ ନେଇଛନ୍ତି ତଦନ୍ତକାରୀ ଟିମ୍ । ଝାରସୁଗୁଡାରୁ ଭାୟା କୋଲକାତା ହୋଇ ଅହମଦାବାଦ ଯାଇଛି ଅଭିଯୁକ୍ତ ଗୋପାଳ ଦାସ ।

Comments are closed, but trackbacks and pingbacks are open.