ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ପରବର୍ତ୍ତି ସ୍ଥଳ ସେନା ଉପ -ମୁଖ୍ୟ

0 21

ଓଡ଼ିଆ ପୁଅ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ଙ୍କ କାର୍ଯ୍ୟକାଳ ଆସନ୍ତା ଜାନୁଆରୀ ୩୧ରେ ଶେଷ ହେବାକୁ ଯାଉଛି I ଏହାପରେ ଦେଶର ପରବର୍ତୀ ସ୍ଥଳସେନା ଉପମୁଖ୍ୟ ପଦରେ ନିଯୁକ୍ତି ପାଇଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ। ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେଙ୍କୁ ପରବର୍ତ୍ତୀ ସ୍ଥଳ ସେନା ଉପ ମୁଖ୍ୟ ଭାବେ ନିଯୁକ୍ତି ଦେବାକୁ ଭାରତ ସରକାରଙ୍କୁ ଗୋଟିଏ ପ୍ରସ୍ତାବ ପଠା ଯାଇଥିଲା। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଆଜି ସରକାର ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ବର୍ତ୍ତମାନ ଜେନେରାଲ ପାଣ୍ତେ ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଭାବେ କାର୍ଯ୍ୟ କରୁଛନ୍ତି।
ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ୧୯୮୨ ମସିହାରେ କ୍ରପ୍ସ ଅଫ ଇଞ୍ଜିନିୟର୍ସ ଭାବେ କମିଶନଡ ପାଇଥିଲେ । ଦେଶ ପାଇଁ ନିଜର ୩୭ ବର୍ଷର ବିଶିଷ୍ଟ ସେବା ମଧ୍ୟରେ ଅପରେସନ ବିଜୟ ଏବଂ ଅପରେସନ ପରାକ୍ରମରେ ସକ୍ରିୟ ରୁପେ ଅଂଶଗ୍ରହଣ କରିଥିଲେ । ଗତ ବର୍ଷ ଜୁନ ୧ରେ ସେ ସେନାର ପୂର୍ବ କମାଣ୍ଡର ନୂଆ କମାଣ୍ଡର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେନାର ଏହି କମାଣ୍ଡ ପୂର୍ବୋତ୍ତର ରାଜ୍ୟ ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶ ଅଞ୍ଚଳରେ ଚୀନ ସହ ବାସ୍ତବିକ ନିୟନ୍ତ୍ରଣ ରେଖାରେ ମୁତୟନ ହୋଇଥାନ୍ତି। ଏହାର ମୁଖ୍ୟାଳୟ କୋଲକାତାରେ ରହିଛି।
ଅନ୍ୟପଟେ ଦେଶର ସିଡିଏସ୍‌ ପଦ ଖାଲି ପଡ଼ିଥିବା ବେଳେ ଅନ୍ୟପଟେ ଆଜି ଭାରତ ସରକାର ସ୍ଥଳ ସେନା ଉପମୁଖ୍ୟ ପଦରେ ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେଙ୍କୁ ନିଯୁକ୍ତି ଦେଇଛନ୍ତି। ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ ୨୦୨୧ ମସିହା ଡିସେମ୍ବର ୮ରେ ହେଲିକପ୍ଟର କ୍ରାଶରେ ନିଜ ପତ୍ନୀ ଏବଂ ଅନ୍ୟ ୧୪ ଜଣ ବରିଷ୍ଠ ଅଧିକାରୀ ଙ୍କ ସହିତ ସେ ନିଜେ ପ୍ରାଣ ହରାଇଥିଲେ।

Leave A Reply

Your email address will not be published.