ଦୁଇ କୋଭିଡ ଅନାଥ ପିଲାଙ୍କୁ ହୋମ ଲୋନ ପାଇଁ ଏଲଆଇସିର ନୋଟିସ୍ : ହସ୍ତକ୍ଷେପ କଲେ ଅର୍ଥମନ୍ତ୍ରୀ

37

ହୋମ ଲୋନ ଶୁଝିବା ପାଇଁ ଦୁଇ କୋଭିଡ ଅନାଥ ଙ୍କୁ ଏଲଆଇସି ର ନୋଟିସ । ଗତବର୍ଷ ଭୋପାଳ ରେ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଆଗ ପଛ କରି ଚାଲିଗଲେ ବାପା, ମାଆ I ପଛରେ ଛାଡ଼ିଗଲେ ଦୁଇ ନାବାଳକ ସନ୍ତାନ,୧୭ ବର୍ଷୀୟା ଝିଅ ବୀନିଷା ଓ ଭାଇ ୧୪ ବର୍ଷର I
ନିଜର ବୋଲି କେହି ନ ଥିବା ବେଳେ ମାମୁ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୨ ଅନାଥ ଛୁଆ। ନିଜେ ବଞ୍ଚିବାର ରାହା ପାଇପାରୁ ନ ଥିବା ଭାଇଭଉଣୀଙ୍କ ମୁଣ୍ଡ ଉପରେ ଏବେ ଲଦି ହୋଇଛି ହୋମ୍‌ ଲୋନ୍‌ ବୋଝ। ବାପା ସିନା ଚାଲିଗଲେ, ହେଲେ ଘର କରିବା ପାଇଁ ବାପା ଯେଉଁ ଲୋନ୍‌ କରିଥିଲେ ତାକୁ ପଇଠ କରିବାକୁ ଏବେ ଏହି କଅଁଳ ଭାଇଭଉଣୀଙ୍କ ପାଖକୁ LIC ପଠାଉଛି ନୋଟିସ ପରେ ନୋଟିସ୍‌। ବାପାଙ୍କ ନାଁରେ ଥିବା ୨୯ ଲକ୍ଷର ଲୋନ୍ ସୁଝିବାଙ୍କୁ ତାଙ୍କ ଉପରେ ଚାପ ପକାଉଥିଲା । ଏପରିକି ତାଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମ୍ପାନୀ ପକ୍ଷରୁ ଧମକ ପୂର୍ଣ୍ଣ ନୋଟିସ୍ ବି ଦିଆଯାଇଥିଲା । ଭନିସା ଓ ତାଙ୍କ ଭାଇ ଉଭୟ ନାବଳକ ନାବାଳିକା ହୋଇଥିବାବେଳେ ତାଙ୍କ ପକ୍ଷରେ ଏତେବଡ଼ ଲୋନ୍ ସୁଝିବା ସମ୍ଭବ ହେଉ ନ ଥିଲା । କେବଳ ସେତିକି ନୁହେଁ ଭନିସାଙ୍କ ବାପା ରଖିଥିବା ସମସ୍ତ ସେଭିଂସକୁ ଏଲଆଇସି ଜବତ କରିନେଇଥିବା ସୂଚନା ମିଳିଛି ।

ଲୋନ୍ ସୁଝିବାକୁ ତାଙ୍କୁ ସମୟ ଦିଆଯାଉ ବୋଲି ଏଲଆଇସିକୁ ଲିଖିତ ଭାବେ କହିଥିଲେ ଭନିସା । ଭନିସାଙ୍କ ମାମୁଁ ଏବେ ସେମାନଙ୍କ ଭରଣ ପୋଷଣର ଦାୟିତ୍ୱ ନେଇଛନ୍ତି । ନିଜ ବାପାମା’ଙ୍କୁ ହରାଇବାର ଦୁଃଖ ସତ୍ତ୍ୱେ ୧୭ ବର୍ଷୀୟା ନାବାଳିକା ବୋର୍ଡ ପରୀକ୍ଷାରେ ୯୯.୮% ମାର୍କ ରଖିଛି। ଉଭୟ ଭାଇଭଉଣୀ ଏବେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ପାଇଁ ବୋଝ ଉପରେ ନଳିତ ବିଡ଼ା ସଦୃଶ ହୋଇଛି LIC ନୋଟିସ।
ଏହି ଘଟଣାକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଏଥିରେ ହସ୍ତକ୍ଷେପ କରିଛନ୍ତି ନିଜେ ଅର୍ଥମନ୍ତ୍ରୀ । ସୀତାରମଣ ଏଲଆଇସି ଇଣ୍ଡିଆକୁ ଟ୍ୱିଟ୍ କରି ମାମଲାର ସବୁ ତଥ୍ୟ ମାଗିଛନ୍ତି । ଘଟଣାକୁ ନେଇ ଅର୍ଥ ବିଭାଗକୁ ବି ତଦାରଖ କରିବାକୁ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଏହାପରେ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ LIC ପକ୍ଷରୁ ଲୋନ୍‌ ଶୁଝିବା ନିମନ୍ତେ କୌଣସି ନୋଟିସ ଯିବ ନାହିଁ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି। ଏହା ମଧ୍ୟରେ ନାବାଳିକା ଜଣକ ୧୮ ବର୍ଷ ଅତିକ୍ରମ କରି ସାରିଥିବ। ହେଲେ ଏହା ପରେ ସେ କିପରି ଲୋନ୍‌ ଶୁଝିବେ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନି।

Comments are closed, but trackbacks and pingbacks are open.