ବାପାଙ୍କ ମୃତ୍ଯୁ ନେଇ ରାଜନୀତି ନହେଉ- ଝିଅ ଦୀପାଳି ଦାସ

28

ଭୁବନେଶ୍ୱର :ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ବିରୋଧୀ ଦଳର ଟାର୍ଗେଟରେ ରହିଛନ୍ତି ରାଜ୍ୟ ସରକାର I ଏହାକୁ ପ୍ରସଙ୍ଗ କରି ଆଜି ବିଧାନସଭା ଆରମ୍ଭରୁ ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ I ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା କୁ ମୁଦ୍ଦା କରି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ କରିବା ସହିତ ପୋଡିୟମ ତଳେ ନାରାବାଜି କରିଥିଲେ ବିରୋଧୀ ଦଳ I ଏହାପରେ ବାହାରକୁ ଆସି ବିଜେପି ବିଧାୟକମାନେ ଧାରଣା ଦେଇଥିଲେ । ଏତିକିବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମ ସାମନାରେ ନବ ଦାସ ହତ୍ୟାକାଣ୍ଡର ଏକ ନୂଆ ଯୁକ୍ତି ରଖିଥିଲେ ।

ବର୍ତ୍ତମାନ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏହି ପ୍ରସଙ୍ଗରେ ଝିଅ ଦୀପାଳି ଦାସ ଆଜି ପ୍ରତିକ୍ରିୟା ଦେଇଛନ୍ତି। ବାପାଙ୍କ ମୃତ୍ଯୁ ଏକ ସମ୍ବେଦନଶୀଳ ଘଟଣା ବୋଲି ଦୀପାଳି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି। ଆମ ପରିବାରକୁ ନ୍ୟାୟ ମିଳିବ ବୋଲି ଦୀପାଳି କହିଛନ୍ତି। ତାଙ୍କ ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ ନକରିବାକୁ ସେ କହିଛନ୍ତି। ଜଣେ ଭଲ ଜଜଙ୍କ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ମୁଖ୍ୟମନ୍ତ୍ରୀ ଆମ ପିତା ଭଳି ଆଶୀର୍ବାଦ ରଖିଛନ୍ତି। ଧୈର୍ଯ୍ଯ ଦେଇଥିବାରୁ ସାରା ଜୀବନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ରହିବି ବୋଲି ଝିଅ ଦୀପାଳି କହିଛନ୍ତି।

Comments are closed, but trackbacks and pingbacks are open.