କେଉଁ ରାଶି ମାନେ ଶନିଦେବଙ୍କର ଅତ୍ୟନ୍ତ ପ୍ରିୟ ଆସନ୍ତୁ ଜାଣିବା

37

ଶନି ଦେବଙ୍କୁ ଖୁସି କରିବା ଏବଂ ତାଙ୍କ ଆଶୀର୍ବାଦ ପାଇବା ପାଇଁ ଆମେ ବିଭିନ୍ନ ଉପାୟ ମନ କରିଥାଉ I ବିଶେଷକରି ଶନିବାର ଦିନ ଶନି ଦେବଙ୍କୁ ସୋରିଷ ତେଲ, ସହିତ କଳା ରାଶି ଅର୍ପଣ କରିଥାଉ, ଏହାବାଦ ଶନିଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ପୂଜା ଓ ଉପବାସ ପାଳନ କରାଯାଇଥାଏ I ଶନି ଦେବ ବ୍ୟକ୍ତି ର କାର୍ଯ୍ୟ ଅନୁଯାୟୀ ଫଳ ଦେଇଥାନ୍ତି I କୁହାଯାଏ ଯେଉଁମାନଙ୍କ ଜାତକ ରେ ଶନି ମଜବୁତ ସ୍ଥିତିରେ ଥାନ୍ତି , ସେମାନେ ଜୀବନରେ କୌଣସି ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ I କିନ୍ତୁ ଜାତକରେ ଯଦି ଶନି ଦୁର୍ବଳ ସ୍ଥିତିରେ ଥାନ୍ତି,ତେବେ ବ୍ୟକ୍ତି ର ଶାରୀରିକ ଓ ଆର୍ଥିକ ସ୍ଥିତି ଖରାପ ହୋଇଥାଏ I ଏଥିପାଇଁ ବ୍ୟକ୍ତି ଙ୍କୁ ଉପଯୁକ୍ତ ପରାମର୍ଶ ନେଇ ପ୍ରତିକାର କରିବାକୁ କୁହାଯାଇଥାଏ I ଆସନ୍ତୁ ଜାଣିବା କେଉଁ ରାଶି ଗୁଡିକ ଶନିଦେବ ଙ୍କର ପ୍ରିୟ,ଯାହାଙ୍କ ଉପରେ ଶନିଙ୍କ ର ବିଶେଷ ଦୁଃଷ ପ୍ରଭାବ ପଡି ନ ଥାଏ I

ତୁଳା : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ତୁଳା ରାଶିର ବ୍ୟକ୍ତି ମାନେ ଶନିଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେଇଥାନ୍ତି । ଏହା ଶନି ଦେବଙ୍କର ଉଚ୍ଚ ସଙ୍କେତ ବୋଲି ବିବେଚନା କରାଯାଏ ଏବଂ ଏହା ଶନି ଦେବଙ୍କର ପ୍ରିୟ ରାଶିର ଅନ୍ୟତମ | ଏହି ରାଶିର ଲୋକମାନେ ବହୁତ ପରିଶ୍ରମୀ ଓ ମିଷ୍ଟଭାଷୀ ହୁଅନ୍ତି I ସେମାନେ କାହା ସହିତ କୌଣସି ଅନ୍ୟାୟ କୁ ସହ୍ୟ କରନ୍ତି ନାହିଁ | ଏହି ରାଶିର ବ୍ୟକ୍ତିମାନେ ସର୍ବଦା ସତ୍ୟ ପାଖରେ ଠିଆ ହେବାକୁ ପସନ୍ଦ କରନ୍ତି I ଶନିଙ୍କ ମହାଦେଶI ତୁଳା ରାଶିକୁ ବିଶେଷ ପ୍ରଭାବିତ କରେ ନାହିଁ I

ମକର : ଏହି ରାଶିର ଶାସକ ଗ୍ରହ ହେଉଛି ଶନି I ଏହି କାରଣରୁ, ଏହା ଶନିଙ୍କର ପ୍ରିୟ ରାଶି ମଧ୍ୟରେ ଗଣାଯାଏ I ଏହି ରାଶି ର ବ୍ୟକ୍ତିମାନେ ବହୁତ ବୁଦ୍ଧିମାନ ବୋଲି ବିବେଚନା କରାଯାଏ I କେବଳ ଏତିକି ନୁହେଁ, ସେମାନେ ସେମାନଙ୍କର କଠିନ ପରିଶ୍ରମ ଆଧାରରେ ଶୀଘ୍ର ସଫଳତା ହାସଲ କରନ୍ତି I ସେମାନେ ପରିଶ୍ରମୀ ଏବଂ ସହଜରେ ହାର ମାନନ୍ତି ନାହିଁ I ଏହି ରାଶି ଉପରେ ଶନିଦେବ ଙ୍କର ବିଶେଷ ଖରାପ ପ୍ରଭାବ ପଡେ ନାହିଁ I

କୁମ୍ଭ : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ମଧ୍ୟ ଶାସକ ଗ୍ରହ ଶନି ହୋଇଥାନ୍ତି । ଏହି ରାଶିର ବ୍ୟକ୍ତିମାନେ ପ୍ରକୃତିରେ ସରଳ, ଧୈର୍ଯ୍ୟବାନ,ଉଦାର,ପରଦୁଃଖରେ ଦୁଖୀ ଓ ନ୍ୟାୟାଵନ୍ତ,କଳାପ୍ରିୟ,ଓ ଉଚ୍ଚ ଶିକ୍ଷିତ ହୋଇଥାନ୍ତି I ସେମାନେ ଯାହା ବି କରିବାକୁ ନିଷ୍ପତ୍ତି ନିଅନ୍ତି, ତାହା କରି ଦେଖାଇଥାନ୍ତି I ଅବଶ୍ୟ ବେଳେବେଳେ ନିଜ ନିଷ୍ପତି ସାମୟିକ ଭାବରେ ଓଲଟା ଫଳ ଦେଇଥାଏ I ଏମାନେ କୌଣସି କଥାରେ ସହଜରେ ହାର ମାନନ୍ତି ନାହିଁ Iଏହି ଲୋକମାନଙ୍କର ଆର୍ଥିକ ଅବସ୍ଥା ମଧ୍ୟ ବହୁତ ଶକ୍ତିଶାଳୀ I

Comments are closed, but trackbacks and pingbacks are open.