ରେସ୍‌ଲର୍ ଓ ବ୍ରିଜ୍‌ଭୂଷଣଙ୍କ ନାର୍କୋ ଟେଷ୍ଟ୍ ହେଉ: ସାକ୍ଷୀ ମଲିକ୍‌

37

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଅଧ୍ୟକ୍ଷ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧରେ ଦିଲ୍ଲୀର ଜନ୍ତର-ମନ୍ତରରେ ରେସ୍‌ଲର୍‌ଙ୍କ ଧାରଣା ୧୮ ଦିନରେ ପହଞ୍ଚିଛି । ଇତିମଧ୍ୟରେ ବୁଧବାର ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ପଦକ ବିଜେତା ରେସ୍‌ଲର୍ ସାକ୍ଷୀ ମଲିକ୍ ଏକ ବଡ଼ ବୟାନ ଦେଇଛନ୍ତି । ସାକ୍ଷୀ କହିଛନ୍ତି ସୁପ୍ରିମ୍‌କୋର୍ଟ ନିଜ ତଦାରଖରେ ୭ ପୀଡ଼ିତ ରେସ୍‌ଲର୍ ଏବଂ ବ୍ରିଜ୍‌ଭୂଷଣଙ୍କ ନାର୍କୋ ଟେଷ୍ଟ୍ କରାଯାଉ ଏବଂ ଯିଏ ମିଥ୍ୟା ପ୍ରମାଣିତ ହେବ ତାଙ୍କୁ ସେହି କ୍ଷଣ ଫାଶୀ ଦିଆଯାଉ ।

ଏହା ସହିତ ଧାରଣାରତ ରେସ୍‌ଲର୍‌ମାନେ ଏକ ପ୍ରେସ୍ କନ୍‌ଫରେନ୍ସ କରି ଆସନ୍ତାକାଲି ସକାଳ ୧୦ଟାରୁ ଅପରାହ୍ଣ ୨ ପର୍ଯ୍ୟନ୍ତ ହାତରେ କଳାପଟି ବାନ୍ଧି ଦେଶରେ ବିରୋଧ ପ୍ରଦର୍ଶନ କରିବାକୁ ନିବେଦନ କରିଛନ୍ତି । ଏହା ପୂର୍ବରୁ ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟରେ ମହିଳା ରେସ୍‌ଲର୍‌ଙ୍କ ଦ୍ୱାରା ଦାୟର ଆବେଦନର ଶୁଣାଣି ହୋଇଥିଲା ।

ଶୁଣାଣି ବେଳେ ଅଦାଲତ ଦିଲ୍ଲୀ ପୁଲିସ୍‌କୁ ମାମଲାର ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ୧୨ ତାରିଖରେ ହେବ । ଅନ୍ୟପକ୍ଷରେ ବଜରଙ୍ଗ ପୁନିଆ କହିଛନ୍ତି, ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏଲ) ଗଠନ କରିଥିବା ଅସ୍ଥାୟୀ କମିଟି ଦ୍ୱାରା ଗେମ୍ ଆୟୋଜନ କରାଯାଉ । ଏହା ସହିତ ଖେଳାଳିଙ୍କୁ ନାସ୍‌ନାଲ୍ ଖେଳାଉ । ଯଦି ବ୍ରିଜ୍‌ଭୂଷଣଙ୍କ ପକ୍ଷରୁ କୌଣସି ଗେମ୍ ଆୟୋଜିତ ହେବ ତେବେ ଆମେ ତାହାର ବିରୋଧ କରିବୁ ।

Comments are closed, but trackbacks and pingbacks are open.