ବିଧାୟିକା ପ୍ରମିଳା ମଲ୍ଲିକ ଙ୍କୁ ନିର୍ବାଚନ ପ୍ରଚାର ମନା, ୪୮ ଘଣ୍ଟା ପାଇଁ କଟକଣା ଲଗାଇଲେ ରାଜ୍ୟ ନିର୍ବାଚନ କମିଶନ

31

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିବା ଅଭିଯୋଗ ରେ ବିଧାୟିକା ପ୍ରମିଳା ମଲ୍ଲିକ ଙ୍କୁ ୪୮ ଘଣ୍ଟା ପାଇଁ ପ୍ରଚାର ଉପରେ କଟକଣା ଲଗାଇଲେ ରାଜ୍ୟ ନିର୍ବାଚନ କମିଶନ I ଆସନ୍ତାକାଲି ଦିନ ୧୦ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ପ୍ରଚାର କରିପାରିବେ ନାହିଁ I ଏପରିକି ଏହି ସମୟରେ ସେ ଟିଭିରେ , ଖବର କାଗଜରେ କିମ୍ବା କୌଣସି ସର୍ବସାଧାରଣ ସ୍ଥାନରେ ସାକ୍ଷାତକାର ବି ଦେଇପାରିବେ ନାହିଁ । ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ଚିଠି ଲେଖିଛନ୍ତି।

ସୂଚନାନୁସIରେ ପଞ୍ଚାୟତ ନିର୍ବାଚନବେଳେ ବିଂଝାରପୁର ବ୍ଲକ୍‌ ଅଳକୁଣ୍ଡ ଗ୍ରାମରେ ବିବାଦୀୟ ଭାଷଣ ଦେଇ ଚର୍ଚ୍ଚାକୁ ଆସିଥିଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ I ଭାଷଣ ଦେବା ସମୟରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁଙ୍କୁ ମାଛ ଚିହ୍ନରେ ଭୋଟ ଦେବାସହ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ । ଯଦି ଆଉ କାହାକୁ ଭୋଟ୍‌ ଦିଅ ତେବେ ବାର୍ଦ୍ଧକ୍ୟ ଭତ୍ତା, ରାସନ ଓ ଆବାସ ଯୋଜନାରେ ଘରପାଇଁ ମୋତେ କହିବନି ବୋଲି ଉପସ୍ଥିତ ଜନସାଧାରଣଙ୍କୁ ଚରମ ବାଣୀ ଶୁଣାଇଥିଲେ ବିଧାୟିକା ପ୍ରମିଳା ।
ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ପରେ ରାଜ୍ୟ ନିର୍ବାଚନ କମିଶନ ପ୍ରଚାର ପାଇଁ ବାରଣ କରିଛନ୍ତି ଏବଂ ପ୍ରମିଳାଙ୍କଠାରୁ କାରଣ ଦର୍ଶାଅ ନୋଟିସର ଉତ୍ତର ପାଇବା ପରେ ଏଭଳି ପଦକ୍ଷେପ ନିଆଯାଇଛି।

Comments are closed, but trackbacks and pingbacks are open.