ଶାଢ଼ୀ ଧରି ପ୍ରଚାର ମୈଦାନ ରେ ବିଧାୟକ

21

ପଂଚାୟତ ନିର୍ବାଚନ କୁ ଆଉ ଦିନ ଦୁଇଟା ବାକି ଥିବାବେଳେ ,ପ୍ରଚାର ମୈଦାନ କୁ ଲମ୍ଫ ମାରିଛନ୍ତି ବଡ଼ ବଡ଼ ହେଭି ୱେଟ I ବର୍ଷ ବର୍ଷ ଧରି ଗାଁ କୁ ପାଦ ପକାଉ ନ ଥିବା ନେତା ମାନେ ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ କୌଣସି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁ ନାହାନ୍ତି I କିନ୍ତୁ ବର୍ତ୍ତମାନ ରାଜନୈତିକ ପାଣି ପାଗ କିଛି ମାତ୍ରାରେ ବଦଳି ଗଲାଣି ଭୋଟର ମଧ୍ୟ ସଚେତନ ହେଲେଣି I ବର୍ତ୍ତମାନ ନେତା ମାନଙ୍କ ନଜର ପଡିଛି ଉପାନ୍ତ ଅଂଚଳ ଗୁଡିକ ରେ Iସେହିଭଳି ନିକଟରେ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାପଡାହାଣ୍ଡିବ୍ଳକର କଣ୍ଟାମାଳ ପଞ୍ଚାୟତର ରନ୍ଧାଗାଁରେ ଡାବୁଗାଁ ବିଜେଡି ବିଧାୟକ ମନୋହର ରନ୍ଧାରୀ ତାଙ୍କର ଗାଡିରେ ଶାଢୀ, ଗାମୁଛା ଓ ମଦ ବୋତଲ ରଖାଯାଇଥିଲା। ଏହିଘଟଣା ସନ୍ଧ୍ୟାବେଳେ ଘଟିଥିବାବେଳେ ସେହି ଅଞ୍ଚଳରେ ପ୍ରଚାରରେ ଥିବା ପୂର୍ବତନ କଂଗ୍ରେସ ବିଧାୟକ ଭୂଜବଳ ମାଝୀ ପହଞ୍ଚିଥିଲେ। ବିଧାୟକଙ୍କର ଗାଡିରେ ଲୋକଙ୍କୁ ବାଣ୍ଟିବା ପାଇଁ ଶାଢୀ, ଗାମୁଛା ଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ବିଧାୟକ ଶ୍ରୀ ରନ୍ଧାରୀ ଓ ପୂର୍ବତନ ବିଧାୟକ ଶ୍ରୀମାଝୀଙ୍କର ମଧ୍ୟରେ ଉଚ୍ଚବାଚ ଓ ପାଟିତୁଣ୍ଡ ହୋଇଥିଲା ବିଧାୟକ ଶ୍ରୀରନ୍ଧାରୀଙ୍କର ସମର୍ଥକମାନେ ହୋହୋଲ୍ଲା କରିଥିବା ଅଭିଯୋଗ ହୋଇଛି। ବିଧାୟକଙ୍କର ଗାଡିକୁ ଗ୍ରାମର କଂଗ୍ରେସ କର୍ମୀ ମାନେ ଅଟକ ରଖିଥିବାବେଳେ ଏହାକୁ ନେଇ ବିଜେଡି ଓ କଂଗ୍ରେସ କର୍ମୀଙ୍କର ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ପରିସ୍ଥିତିକୁ ଆୟତ୍ତ କରିଛନ୍ତି। କଂଗ୍ରେସ ପକ୍ଷରୁ ବିଧାୟକ ଶ୍ରୀ ରନ୍ଧାରୀ ବେନିୟମଭାବେ ତାଙ୍କର ଗାଡି ରେ ଶାଢୀ, ଗାମୁଛା ଓ ମଦ ଲୋକଙ୍କୁ ବାଣ୍ଟିବାକୁ ନେଉଥିବାରୁ ତୁରନ୍ତ ବିଧାୟକଙ୍କର ଗାଡିକୁ ଜବତ କରିବାକୁ ଦାବି କରାଯାଇଛି। ସୂଚନା ଯୋଗ୍ୟଯେ, ପାପଡାହାଣ୍ଡିି ଜୋନ-୨ କଂଗ୍ରେସ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ଭୂଜବଳ ମାଝୀଙ୍କର ଝିଅ ଡାକ୍ତର ଲିପିକା ମାଝୀ ଓ ବିଜେଡି ପ୍ରାର୍ଥୀ ଭାବେ ଭାନୁମତି ପୂଜାରୀ ଲଢୁଛନ୍ତି। ତେବେ ଏଠାରେ କଡା ଟକ୍କର ହେଉଥିବାବେଳେ ଏହା ଉଭୟଙ୍କର ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ତେବେ ବିଧାୟକ ଶ୍ରୀ ରନ୍ଧାରୀ ବସିଥିବା ତାଙ୍କର ଗାଡିରେ ଶାଢୀ ଓ ଗାମୁଛା ବୋଝେଇ ରହିବା ଘଟଣା ଜିଲାରେ ଆଲୋଡନ ସୃଷ୍ଟି କରିଛି। କଂଗ୍ରେସ ପକ୍ଷରୁ ଏସଂପର୍କରେ ଜିଲା ନିର୍ବାଚନ ଅଧିକାରୀ ଓ ରାଜ୍ୟ ନିର୍ବାଚନ କମିଶନଙ୍କର ନିକଟର ଅଭିଯୋଗ କରିଥିବା ସୂଚନା ମିଳିଛି। ପୂର୍ବତନ ବିଧାୟକ ଶ୍ରୀ ମାଝୀ ଏହାର ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Comments are closed, but trackbacks and pingbacks are open.