ମା ଲକ୍ଷ୍ମୀଙ୍କ ସହିତ ଜଡିତ ଏହି ୫ ଟି ତତ୍ତ୍ୱ ଜାଣନ୍ତୁ

15

ସନାତନ ଧର୍ମରେ ୩୩ କୋଟି ଦେବଦେବୀଙ୍କ ର ପୂଜା ପାଠ ମାହାତ୍ମ୍ୟ ବିଷୟରେ ଉଲ୍ଲେଖ କରାଯାଇଛି I କିନ୍ତୁ ପ୍ରଥମେ ଆଦି ଶକ୍ତି କୁ ପ୍ରାଧାନ୍ୟ ଦିଆଯାଇଥାଏ I ଦେବୀଙ୍କର ଅନେକ ରୂପ ଅଛି, ସେଥିମଧ୍ୟରୁ ଗୋଟିଏ ହେଉଛି ମା ଲକ୍ଷ୍ମୀ I ମା ଲକ୍ଷ୍ମୀ ଧନ ସୌଭାଗ୍ୟ ର ଦେବୀ ଭାବରେ ଗ୍ରହଣୀୟ I କୁହାଯାଏ ଯେ ମା ପ୍ରସନ୍ନ ହେଲେ ଘର ବୈକୁଣ୍ଠ ପୁରୀ ହୋଇଯାଏ I ଧାନ ଜଣ ଗୋପ ,ଲକ୍ଷ୍ମୀ ବିରାଜମାନ ହୁଅନ୍ତି ମଣିଷ ଜୀବନରେ କୌଣସି ଅଭାବ ସୁବିଧା ଆସେ ନାହିଁ I କିନ୍ତୁ ମା ଲକ୍ଷ୍ମୀ ସହିତ ଜଡିତ କିଛି ରହସ୍ୟ ଅଛି ଯାହା ବିଷୟରେ ସାଧାରଣତ ବହୁତ ଅଳ୍ପ ଲୋକ ଜାଣନ୍ତି I ଆସନ୍ତୁ ଜାଣିବା ମା ‘ଲକ୍ଷ୍ମୀ ଙ୍କ ସହିତ ଜଡିତ ୫ ତତ୍ତ୍ୱ ବିଷୟରେ :

ଧଳା ପେଚା ହେଉଛି ମା ଲକ୍ଷ୍ମୀଙ୍କ ବାହନ I କିନ୍ତୁ କେତେକ ସ୍ଥାନରେ ମା ‘ଲକ୍ଷ୍ମୀଙ୍କ ସହିତ ହାତୀ ମଧ୍ୟ ଥାନ୍ତି I ଶାସ୍ତ୍ର ଅନୁଯାୟୀ, ମାତାଙ୍କର ଏହି ରୂପକୁ ଗଜ ଲକ୍ଷ୍ମୀ କୁହାଯାଏ I ମା ଲକ୍ଷ୍ମୀ ସହିତ ହାତୀର ଉପସ୍ଥିତି ଜଳ ଏବଂ ଜୀବନକୁ ପ୍ରତିପାଦିତ କରେ I ଲକ୍ଷ୍ମୀ ଜଳ ସହିତ ଜଡିତ ଏବଂ ଏହା ଜୀବନ ଏବଂ କୃଷିର ଆଧାର ବୋଲି ବିଶ୍ୱାସ କରାଯାଏ I ହାତୀକୁ ବର୍ଷାର ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଏ | ସେଥିପାଇଁ ହାତୀ ମା ଲକ୍ଷ୍ମୀଙ୍କ ସହିତ ପୂଜା ପାଆନ୍ତି I

ମା ଲକ୍ଷ୍ମୀ ଉପରେ ଜଳ ଢାଳୁଥିବା ହାତୀ ଅର୍ଣ୍ଣ, ଧନ ଏବଂ ସମୃଦ୍ଧିର ପ୍ରତୀକ I ଏହାର କାରଣ ହେଉଛି ମାତା ଲକ୍ଷ୍ମୀଙ୍କୁ ପ୍ରକୃତି ରୂପରେ କୃଷିର ସ୍ୱରୂପ ଭାବରେ ବିବେଚନା କରାଯାଏ I ଏହା ସହିତ, ସୁଖ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ I ଦେବୀ ଲକ୍ଷ୍ମୀଙ୍କ ଏହି ପ୍ରତିମୂର୍ତ୍ତି ବା ଫୋଟକୁ ଆଣି ଘରେ ପୂଜା କରିବା ଦ୍ୱାରା ଘରେ ଅଖଣ୍ଡ ସୁଖ ଓ ସମୃଦ୍ଧି ବିରାଜମାନ କରିଥାଏ I

ସାଧାରଣତ ଆମେ ଜାଣୁ ଯେ ମା’ ଲକ୍ଷ୍ମୀଙ୍କ ବାହନ ପେଚା I କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ହାତୀ ମଧ୍ୟ ମା ‘ ଙ୍କ ବାହନ I ବାସ୍ତବରେ ,ହାତୀ ହେଉଛି ଖୁବ ସ୍ଥିର ଶାନ୍ତ ସ୍ୱଭାବର ଇ ତେଣୁ ମା’ଙ୍କର ହାତୀ ସହିତ ଫୋଟୋ ଡ୍ରଇଂ ରୁମ ରେ ରଖିଲେ ସୁଖ ସମୃଦ୍ଧି ସ୍ଥିର ହୋଇ ରହିଥାଏ I

ଶାସ୍ତ୍ର ଅନୁଯାୟୀ, ମାତା ଲକ୍ଷ୍ମୀଙ୍କ ବଡ ଭଉଣୀ ହେଉଛନ୍ତି ଅଲକ୍ଷ୍ମୀ I ଯିଏ ସବୁବେଳେ ଲକ୍ଷ୍ମୀଙ୍କ ପାଖେ ପାଖେ ରହିଥାନ୍ତି I ଯେଉଁଠି ଲକ୍ଷ୍ମୀ ଧନ ଜନ ସୁଖ ଶାନ୍ତି ବିରାଜମାନ କରାଇଥାନ୍ତି ,ସେଇଠି ଅଲକ୍ଷ୍ମୀ ଏ ସବୁଥିରେ ବିଘ୍ନ ଘଟାଇଥାନ୍ତି I ସେଥିପାଇଁ ମାତା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କୁ ପୂଜା କରିବାର ଏକ ନିୟମ ଅଛି I କୁହାଯାଏ ଯେ ଯେଉଁଠାରେ ବିଷ୍ଣୁଙ୍କୁ ପୂଜା କରାଯାଏ, ସେଠାରେ ଅଲକ୍ଷ୍ମୀ ରୁହନ୍ତି ନାହିଁ I ତେଣୁ ଘରେ ଖାଲି ବିଷ୍ଣୁଙ୍କ ପୂଜା କଲେ ମଧ୍ୟ ଲକ୍ଷ୍ମୀ ପ୍ରାପ୍ତ ହୋଇଥାନ୍ତି I

ମା ଲକ୍ଷ୍ମୀଙ୍କ ଅନ୍ୟ ନାମ ହେଉଛି କମଳା I ଏହାର କାରଣ ସେ ପଦ୍ମଫୁଲ ଉପରେ ବିରାଜମାନ କରିଥାନ୍ତି I ବିଶ୍ୱାସ କରାଯାଏ ଯେ ମା ଲକ୍ଷ୍ମୀ ସମୁଦ୍ରରୁ ଜାତ ହୋଇଥିଲେ I ସେଥିପାଇଁ ମା ଙ୍କ ପୂଜା ସମୟରେ ପଦ୍ମଫୁଲ ଅର୍ପଣ କଲେ ମା’ ଅତ୍ୟନ୍ତ ପ୍ରସନ୍ନ ହୋଇ ଭକ୍ତଙ୍କୁ ମନଚIହିଁ ଫଳ ଦେଇଥାନ୍ତି I

Leave A Reply

Your email address will not be published.