‘ନୀଲମ’ ଧାରଣ କରିବାର ସଠିକ ନିୟମ ଜାଣନ୍ତୁ

11

ଜ୍ୟୋତିଷ ଶାସ୍ତ୍ରରେ ସମସ୍ତ ନଅ ଗ୍ରହ ପାଇଁ ବିଭିନ୍ନ ରତ୍ନ ଦିଆଯାଇଛି I ପ୍ରତ୍ୟେକ ରତ୍ନ ପଥରରେ ରେ ବିଭିନ୍ନ ଗୁଣ ଏବଂନିଜସ୍ୱ ପ୍ରଭାବ ରହିଛି I ସେହିପରି ଶନି ଗ୍ରହ ପାଇଁ ‘ନୀଲମ‘ (ନୀଳମଣି ରତ୍ନ) ପିନ୍ଧିବା ପାଇଁ ଜାତକଙ୍କୁ ପରାମର୍ଶ ଦିଆଯାଇ ଥାଏ I ଯଦି ଏହି ରତ୍ନର ସଠିକ୍ ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡ଼େ, ତେବେ ଭାଗ୍ୟ ବଦଳାଇବାକୁ ସମୟ ଲାଗେ ନାହିଁ I ଏହା ବ୍ୟତୀତ, ଏହି ରତ୍ନ ବିଷୟରେ ଏକ ବିଶ୍ୱାସ ଅଛି ଯେ ଏହାର ପ୍ରଭାବ ହେତୁ ଏକ ରଙ୍କ ମଧ୍ୟ ରାଜା ହୋଇଥାଏ I ତେବେ ମନ ଇଛା କିଣି ‘ନୀଲମ’କୁ ଆପଣ ଧାରଣ କରିପାରିବେ ନାହିଁ ଏହା ପାଇଁ କେତେକ ଗୁରୁତ୍ତ୍ୱପୂର୍ଣ୍ଣ ନିୟମ ଅଛି ,ଆସନ୍ତୁ ଜାଣିବା :

ନୀଲମ’ ଧାରଣ କରିବାର ଉପକାର
ଜାତକ ଙ୍କ ଲଗ୍ନରେ ଶନି ଙ୍କ ଖରାପ ପ୍ରଭାବ ରହିଥିଲେ ,ଜ୍ୟୋତିଷ ମାନେ ‘ନୀଲମ’ ଧାରଣ କରିବାକୁ ପରାମର୍ଶ ଦେଇଥାନ୍ତି Iରାଶି ଓ ଲଗ୍ନ ଅନୁଯାୟୀ ‘ନୀଲମ’ର ପ୍ରଭାବ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଭିନ୍ନ ଭାବରେ ପଡିଥାଏ I ଯଦି ଏହି ପଥର ଆପଣଙ୍କୁ ସୁହାଏ ତେବେ ଆପଣଙ୍କ ଉନ୍ନତି ପଥରେ କୌଣସି ବାଧା ଆସିବ ନାହିଁ Iଏହି ପଥରର ପ୍ରଭାବ ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଏହା ସହିତ ଅର୍ଥନୈତିକ ପ୍ରଗତିରେ ମଧ୍ୟ ଲାଭ ଅଛି I ଏହା ବ୍ୟତୀତ ଚାକିରି ତଥା ବ୍ୟବସାୟରେ ଅଗ୍ରଗତି ପାଇଁ ଅନେକ ସୁଯୋଗ ଦେଇଥାଏ I ଏହାକୁ ଧାରଣ କରିବା ପାଇଁ ଆପଣଙ୍କ ବୟସ , ଜାତକ ରେ ଶନି ଙ୍କ ପ୍ରଭାବ ର ସମୟ କେତେଦିନ ରହିବ ସେହି ଅନୁସାରେ ଆପଣଙ୍କ ପାଇଁ କେତେ ରତି ଲାଗିବ, ଉଚ୍ଚିତ ଭାବରେ ଜ୍ୟୋତିଷଙ୍କ ଠାରୁ ପରାମର୍ଶ କରି ଧାରଣ କଲେ ଏହା ସହିତ ଶନିଙ୍କ ସମସ୍ତ ଦୋଷ କୁ ଖଣ୍ଡନ କରିଥାଏ I ଏବଂ ଅନେକ କଷ୍ଟରୁ ମଧ୍ୟ ମୁକ୍ତି ମିଳିଥାଏ I

‘ନୀଲମ’ ଧାରଣ କରିବାର ଅପକାର
ରତ୍ନ ପଥର ବିଶେଷଜ୍ଞଙ୍କ ଅନୁଯାୟୀ ‘ନୀଲମ’ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶୁଭ ପ୍ରଭାବ ଦେଇନଥାଏ। ଯେଉଁ ବ୍ୟକ୍ତିଙ୍କୁ ଏହା ସୁହାଇ ନ ଥାଏ ତାଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ଇ ତା ସହିତ ଯାନ ବାହନ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ମଧ୍ୟ ପଡିଥାଏ Iଏହା ବ୍ୟତୀତ ଦୁର୍ଭାଗ୍ୟ ମଧ୍ୟ ଆପଣଙ୍କ ପିଛା ଛାଡି ନ ଥାଏ Iବେଳେବେଳେ, ଏହାର ବିପରୀତ ପ୍ରଭାବ ଯୋଗୁଁ, ମୃତ୍ୟୁ ହେବ ଭଳି ଏକ ବଡ଼ ଦୁର୍ଘଟଣା ମଧ୍ୟ ଘଟିଥାଏ I କେବଳ ଏତିକି ନୁହେଁ, ଏହାର ବିପରୀତ ପ୍ରଭାବ ଯୋଗୁଁ ଘୋର ଅର୍ଥନୈତିକ କ୍ଷତି ମଧ୍ୟ ହୋଇଥାଏ I
‘ନୀଲମ’ ଧାରଣ କରିବାର ଶୁଦ୍ଧତାକୁ ଏଭଳି ପରୀକ୍ଷା କରନ୍ତୁ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ‘ନୀଲମ’ ଧାରଣ କରିବା ପୂର୍ବରୁ ଏହାକୁ କିଣି କୌଣସି ଦିନ ରାତିରେ ତକିଆ ତଳେ ରଖି ଶୋଇଯାଆନ୍ତୁ I | ଯଦି ରାତିରେ କୌଣସି ପ୍ରକାରର ଦୁଃସ୍ବପ୍ନ ଦେଖାଯାଏ, କିମ୍ବା ଶୋଇବାରେ ବ୍ୟାଘାତ ହୁଏ I ତେଣୁ ଏହାର ଅର୍ଥ ହେଉଛି ‘ନୀଲମ’ ଆପଣଙ୍କ ପାଇଁ ଶୁଭ ନୁହେଁ I ଏପରି ପରିସ୍ଥିତିରେ ‘ନୀଲମ’ ପିନ୍ଧିବା ଆଦୌ ଉଚିତ୍ ନୁହେଁ I ଏହା ବ୍ୟତୀତ, ଯଦି ଏହି ରତ୍ନ ପିନ୍ଧିବା ପରେ ଆପଣଙ୍କ ଜୀବନରେ କୌଣସି ପ୍ରକାର ଅପ୍ରୀତିକର ଘଟଣା ଘଟୁଛି , ତେବେ ଏହାକୁ କାଳ ବିଳମ୍ବ ନ କରି ତୁରନ୍ତ ଉତ୍ତାରି ଦିଅନ୍ତୁ ,ନ ହେଲେ ଜୀବନରେ ଉନ୍ନତି ହେବ ପରିବର୍ତ୍ତେ ଅନେକ ପ୍ରକାର ଅବନତି କୁ ଡାକି ଆଣିବ I

ଏହାକୁ ଧାରଣ କରିବା ପାଇଁ ୪ ରୁ ୫ ରତି ହେଲେ ଭଲ ‘ନୀଲମ’ଧାରଣ କରିବାର ପ୍ରକୃଷ୍ଟ ସମୟ ହେଉଛି କୌଣସି ଦିନ ସନ୍ଧ୍ୟା ସମୟ ସୂର୍ଯ୍ୟାସ୍ତ ପୂର୍ବରୁ କିମ୍ବା କୌଣସି ଶୁକ୍ଲପକ୍ଷ ଶନିବାର ଶୁଭ ହୋଇ ଥାଏ I ତାହାପି ଆପଣ ଉପଯୁକ୍ତ ଜ୍ୟୋତିଷ ଙ୍କ ଠାରୁ ପରାମର୍ଶ ନେଇ ଧାରଣ କରି ପାରିବେ I

Leave A Reply

Your email address will not be published.